ତୁରେକେଲା (ଆଜତକ୍ ଓଡ଼ିଶା) ତୁରେକେଲା ଥାନା ଅଭ୍ୟର୍ଥନା ଗୃହ ରେ ସୋମବାର ନୂତନ ଅପରାଧିକ ଆଇନ ର କାର୍ଯ୍ୟ କାରୀତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଏଥିରେ କଣ୍ଟାବାଞ୍ଜି ତହସିଲଦାର ଅଞ୍ଜଳି ମାଝୀ ସ୍ଥାନୀୟ ସରପଞ୍ଚ ଜଳନ୍ଧର ମହାକୁଡ଼ । ପଂଚାୟତ ଗିଗ୍ରୀ କଲେଜ ର ପ୍ରିନ୍ସିପାଳ ,ଛାତ୍ର ଛାତ୍ରୀ, ଥାନା ଧିକାରୀ ରମାକାନ୍ତ ସାହୁ ,ପୋଲିସ କର୍ମଚାରୀ ,ଏବଂ ବିଭିନ୍ନ ଗାଁ ରୁ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ । ଥାନାଧିକାରୀ ଶ୍ରୀ ସାହୁ ନୂତନ ନିୟମ ସରକାର ଙ୍କ ଘୋଷଣା କୁ ଜନସାଧାରଣ ଙ୍କୁ ଅବଗତ କରାଇ ଥିଲେ । ଡିଜିଟାଲୀ ଅଭିଯୋଗ କରିବା ସହ ବୟସ୍କ ନାଗରିକଙ୍କ ପାଇଁ ସୁରକ୍ଷିତ ନିୟମ ପାଳନ ଏବଂ ପୋସ୍କୋ ନିୟମ ଉପରେ ଅବଗତ କରାଇ ଥିଲେ ।
ତୁରେକେଲା ଥାନାରେ ନୂତନ ଅପରାଧିକ ଆଇନ ର କାର୍ଯ୍ୟକାରୀ ତା ସଚେତନ କାର୍ଯ୍ୟକ୍ରମ ଆୟୋଜିତ
ଆଜତକ ଓଡ଼ିଶା
0
Post a Comment