ନୂଆପଡା ଜିଲ୍ଲା ଖଡ଼ିଆଳ ବନ୍ ବିଭାଗ ପକ୍ଷ ରୁ ୭୫ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି।, ଏହି ଉପଲକ୍ଷେ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖ ରେ ଚାରା ବିତରଣ କେନ୍ଦ୍ର ସ୍ଥାପାନ କରି ଭାରତ ପ୍ରଧାନମନ୍ତ୍ରୀଙ୍କ ଦେଇଥିବା ନାରା "ଦେଶ ର ମାଁ ଙ୍କ ପାଇଁ ଏକ ଚାରା ରୋପଣ କରିବା ଆହ୍ବାନ" କୁ ପାଳନ କରୁଛନ୍ତି। ବନ ବିଭାଗ ପକ୍ଷ ରୁ ଜଣେ ନାଗରିକଙ୍କୁ ୧ ଟଙ୍କା ମୂଲ୍ୟ ରେ ଗୋଟିଏ ଚାରା ପ୍ରଦାନ କରୁଛନ୍ତି। ଗୋଟିଏ ଆଧାର କାର୍ଡ ରେ ୧୦ ଗୋଟି ଚାରା ପ୍ରଦାନ କରି ରୋପଣ କରିବାକୁ ଆହ୍ବାନ କରିଛନ୍ତି।ଜୁଲାଇ ମାସ ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ପାଇ ଏହି ଚାରା ବିତରଣ କେନ୍ଦ୍ରରେ ଚାରା ପ୍ରଦାନ କରାଯିବା ନିଷ୍ପତ୍ତି ହୋଇଅଛି। ଖଡ଼ିଆଳ ରେଞ୍ଜ ପରିସର ମଧ୍ୟରେ ଚଳିତ ବର୍ଷ ୩ ଲକ୍ଷ ରୁ ଉର୍ଦ୍ଧ ଚାରା ରୋପଣ କରିବା ଲକ୍ଷ ରହିଥିବା ରେଞ୍ଜର ସଂସ୍କୃତି ବଡ ନାଏକ, ନରେଶ ଦଣ୍ଡସେନା, ବହୁ ବନ କର୍ମଚାରୀ ଯୋଗ ଦେଇଥିଲେ।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment