ନୁଆପଡ଼ା : (ବିରବଲ ପ୍ରଧାନ) ନୂଆପଡ଼ା ସଦର ବ୍ଲକ ଚୁଳାଭାଟ ପଞ୍ଚାୟତ ଛୋଟ ଲାଞ୍ଜିମାର ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩ ଜଣ ଶିକ୍ଷକ ନିଯୁକ୍ତି ଥାଇ ମଧ୍ୟ ନିୟମିତ ସ୍କୁଲ ଆସୁ ନାହାନ୍ତି। ଏହାକୁ ବିରୋଧ କରି ବୁଧବାର ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଦୀର୍ଘ ୩ ଘଣ୍ଟା କାଳ ଧାରଣାରେ ବସିବା ପରେ ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମ ସାଗର ମହାନନ୍ଦ ଧାରଣାସ୍ଥଳରେ ପହଞ୍ଚୁ ବହୁତ ଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଲା ପରେ ଧାରଣା ପ୍ରାତ୍ୟାହୃତ ହୋଇଛି । ଦୁଇ ଜଣ ଶିକ୍ଷକଙ୍କୁ ବୁଧବାର ସ୍କୁଲରେ ଯୋଗଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅଭିଯୋଗ ହୋଇଥିବା ଶିକ୍ଷକମାନଙ୍କ ଉପରେ ତଦନ୍ତ କରି ଉଚିତ ପଦକ୍ଷେପ ନିଆଯିବ ବୋଲି ବିଇଓ ମହାନନ୍ଦ କହିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଛୋଟ ଲାଞ୍ଜିମାର ଗାଁ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ୩ ଜଣ ଶିକ୍ଷକ ନିଯୁକ୍ତ ଥିବାବେଳେ ୭୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଦିନକୁ ଜଣେ ଶିକ୍ଷକ ଆସି ବିଦ୍ୟାଳୟ ଖୋଲି ଛୁଟି ହେଲେ ଚାଲିଯାଆନ୍ତି। ଅନ୍ୟ ଦିନ ଆଉ ଜଣେ ଶିକ୍ଷକ ଆସନ୍ତି। ଏହିପରି ଶିକ୍ଷକମାନେ ପାଳି କରି ବିଦ୍ୟାଳୟ ଆସୁଛନ୍ତି । ଯେଉଁ ଶିକ୍ଷକ ଜଣକ ଆସନ୍ତି ସେ ଅଫିସ ଗୃହରେ ବସିବା ଛଡା ଅନ୍ୟ କୌଣସି କାମ କରନ୍ତି ନାହିଁ । ଏହାକୁ ବିରୋଧ କରି ବୁଧବାର ଗ୍ରାମବାସୀ ଧାରଣାରେ ବସିଥିଲେ । ବିଇଓ ମହାନନ୍ଦ କହିବା ମୁତାବକ ଛୋଟ ଲାଞ୍ଜିମାର ବିଦ୍ୟାଳୟରେ ୪୭ ଜଣ ଛାତ୍ରୀଛାତ୍ର ଓ ୬ ଜଣ ଶିକ୍ଷକ ରହିଥିଲେ। ଧରମବନ୍ଧା ବିଦ୍ଯାଳୟରେ ୩୫୮ ଜଣ ଛାତ୍ରୀଛାତ୍ର ରହିଥିଲେ । ଛୋଟ ଲାଞ୍ଜିମାର ବିଦ୍ୟାଳୟରେ କମ ଛାତ୍ରୀଛାତ୍ର ଥିବାରୁ ଧରମବନ୍ଧା ବିଦ୍ୟାଲୟକୁ ଦୁଇ ଜଣ ଶିକ୍ଷକ ଡେପୁଟେଶନରେ ପଠାଇ ଦେଇଥିଲୁ । ପୁଣି ଦୁଇ ଶିକ୍ଷକଙ୍କୁ ଛୋଟ ଲାଞ୍ଜିମାରକୁ ପଠାଇ ଦେଉଛୁ,ଗୁରୁବାର ଏବିଇଓ ଉତ୍କଳମଣି ଅଗସ୍ତି ତଦନ୍ତ କରିବା ପାଇଁ ଯିବେ । ତଦନ୍ତ ରିପୋର୍ଟ ଆସିଲା ପରେ ଦୁଇ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଧାରଣାରେ ଜିଲା ଆଦିବାସୀ କଲ୍ୟାଣ ସଂଘ ନୂଆପଡା ବ୍ଲକ ସଭାପତି ଭକ୍ତବନ୍ଧୁ ଧରୁଆ, ଦଶରଥ ମାଝି,କୁମାର ସାଏ ଭୂଞ୍ଜିଆ, ମନସା ରାମ ମାଝି, ଗୋବିନ୍ଦ ମାଝି, ରବି ମାଝି, ଅଙ୍ଗଦ ମାଝି, ଶିବ ତାଣ୍ଡି, ସୋବିନ ଭୂଞ୍ଜିଆ,ବୁଧୁରାମ ଭୂଞ୍ଜିଆ ପ୍ରମୁଖ ସାମିଲ ଥିଲେ।

Post a Comment