ଦାଦନ ଖଟିବାକୁ ଯାଇ ଶ୍ରମିକ ମୃତ


ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ଗାଁର ଦାଦନ ଶ୍ରମିକ ବୁଦ୍ଧଦେବ ମେଣ୍ଡେଲିଙ୍କ ମହାରାଷ୍ଟ୍ର ପୁନେ ସହରରେ ମୃତ୍ୟୁ ହୋଇଥିବା ଏକ ଦୁଃଖଦ ଖବର ରେ ବିରମହାରାଜପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଗତ ତିନି ବର୍ଷ ହେବ ହିଲୁଙ୍ଗ ଗାଁର ହୀରାମଣୀ ମେଣ୍ଡେଲୀଙ୍କ ୨୨ ବର୍ଷିୟ ପୁଅ ବୁଦ୍ଧଦେବ ସୁଦୁର ପୁନେକୁ ସହରକୁ ଦାଦନ ଖଟିବାକୁ ଯାଇଥିଲେ । ଗତ ୧ ତାରିଖ ଦିନ କୌଣସି ଏକ ନିର୍ମାଣାଧିନ କୋଠାରେ ଛାତ ପକାଉଥିବା ବେଳେ ଅଚାନକ ଛାତ ଉପରୁ ପଡିଯାଇଥିଲେ ଓ ଡାକ୍ତଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ବୁଦ୍ଧଦେବଙ୍କ ମୃତ୍ୟୁହେବା ପରେ ମାଲିକ ପରିବାର ଲୋକଙ୍କୁ ଖବର ଦେବା ସହ ତାଙ୍କ ଶବ ବ୍ୟବଚ୍ଛେଦ କରିଥିଲେ । ହେଲେ ପରିବାର ଲୋକ ଅତି ଗରୀବ ଶ୍ରେଣୀର ହୋଇଥିବା ହେତୁ ପୁଅ ମୃତ୍ୟୁ ଖବର ପାଇ ମଧ୍ୟ ମୃତଦେହ ଆଣି ପାରୁ ନାହାନ୍ତି । ମୃତ ଦେହ ଆଣିବା ପାଇଁ ହୀରାମଣୀ ରାଜ୍ୟ ଶ୍ରମ ବିଭାଗକୁ ଗୁହାରୀ କରିଛନ୍ତି । ବର୍ତ୍ତମାନ ଖବର ଅନୁସାରେ ଗତ କାଲି ଠାରୁ ହୀରାମଣୀଙ୍କ ସମ୍ପର୍କୀୟ ଦୁଇଜଣ ବୁଦ୍ଧଦେବଙ୍କ ମୃତଦେହ ଆଣିବାକୁ ଯାଇଥିବା ଜଣାଯାଇଛି ।

Post a Comment

Previous Post Next Post