ଗଞ୍ଜେଇ ଭର୍ତ୍ତି ପିକଅପ ଗାଡି ଜବତ ;ତିନି ଜଣ ଗିରଫ


ବଲାଙ୍ଗିର : ୨୮/୦୭ (ଗଣେଶ ଦାସ) ଓଡ଼ିଶାର ପ୍ରସିଦ୍ଧ ଗଞ୍ଜେଇ ଚାଷ କହିଲେ ଆମେ କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାକୁ ଜାଣିଥାଉ । କିନ୍ତୁ ପୋଲିସର ଏତେ ପେଟ୍ରୋଲିଙ୍ଗ କଡାକଡ଼ି ଥିଲେ ମଧ୍ୟ ବଡ଼ ବଡ଼ ମାଛ ଜାଲରୁ ବାହାରି ଆସି ପଦାରେ ଧରାପଡୁଛନ୍ତି । ଉକ୍ତ ଜିଲ୍ଲାରୁ ବାହାର ଜିଲ୍ଲା ତଥା ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ନିତିଦିନିଆ ଘଟଣା ଜଣା ପଡୁଛି । ସୂଚନାନୁଯାୟୀ, ଗତ ଶନିବାର ଭୋର ସକାଳୁ ଲାଠୋର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଲାଠୋର ପୋଲିସର ମିଳିତ ଉଦ୍ୟମରେ ଏକ ଗଞ୍ଜେଇ ଭରା ପିକଅପ ଗାଡି ନଂ ଓଡି ୦୩ ଏସ ୪୮୯୨ କନ୍ଧମାଳରୁ କୋମନା ଅଭିମୁଖେ ଯାଉଥିବା ସମୟରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲାଠୋର ପୋଲିସ ଗାଡିଟିକୁ କାବୁ କରିବାରେ ସଫଳ ହୋଇଥିବା ବେଲେ ତା ସହିତ ଦୁଇଟି ମଟର ସାଇକେଲ ଧରା ପଡିଛି । ଡ୍ରାଇଭର ସୁରୁ ଦାସ ସହିତ ତିନିଜଣଙ୍କୁ ଗିରଫ କରାଯାଇଛି । ଆଜି ରବିବାର ଦିନ ୨ ଟା ସମୟରେ ଖପ୍ରାଖୋଲ ତହସିଲଦାରଙ୍କ ଉପସ୍ଥିତିରେ ଝଳିଆଲିଟି କେନ୍ଦୁପତ୍ର ଫଡି ସମ୍ମୁଖରେ ପିକଅପ ଗାଡିରୁ ଗଞ୍ଜେଇକୁ ଉଲ୍ହାଇ ଓଜନ କରାଗଲା । ଉକ୍ତ ଗାଡ଼ିରେ ଥିବା ୧୩ କୁଇଣ୍ଟାଲ ୧୯ କି. ୧୦୦ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣା ପଡିଛି । ଯାହାର ଆନୁମାନିକ ମୂଲ୍ୟ ୬୫ ଲକ୍ଷ ଟଙ୍କା ବୋଲି ଜଣାପଡୁଛି । ଏହି ରାକେଟରେ ଆଉ କେତେ ଜଣ ସଂଶ୍ଲିଷ୍ଟ ଅଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣା ପଡି ନଥିବା ବେଳେ ଅଧିକ ତଦନ୍ତ କରୁଥିବା ଲାଠୋର ଥାନାଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି ।

Post a Comment

Previous Post Next Post