ଶିବ ଭଗବାନ ଏକ ଅଦ୍ଭୁତ ଭକ୍ତ, ୪୦ କିଲୋମିଟର ରାସ୍ତା ରେ ଗଡି ଗଡି ଯାଉଛନ୍ତି ନାଗବମ


ନୂଆପଡା ଜିଲ୍ଲା (ପରମେଶ୍ୱର ମେହେର) ଶ୍ରାବଣ ମାସ ରେ ମହାପ୍ରଭୁ ଶିବ ବାବା ଙ୍କ ଅନେକ ଭକ୍ତ ମାନେ ପାଦ ରେ ଚାଲି ଚାଲି ବୋଲବମ ଯାଉଥିଵା ବେଳେ, ଏକ ଭିନ୍ନ ଢଙ୍ଗ ରେ ଭକ୍ତି କରୁଥିବା ର ଦେଖିବାକୁ ମିଳିଛି । ଭକ୍ତ ଜଣଙ୍କ ହେଉଛନ୍ତି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘଣ୍ଟିଗୁଡା ଗ୍ରାମ ର ସୋମନାଥ ବାଗ ସେ ପାତାଳଗଙ୍ଗା ରୁ ୪୦ କିଲୋମିଟର ଦୂର ନିଜ ଗ୍ରାମ ଘଣ୍ଟିଗୁଡା କୁ ରାସ୍ତା ରେ ଗଡ଼ି ଗଡ଼ି ଯାଉଛନ୍ତି ।ଶିବଙ୍କ ଗଲା ରେ ସର୍ବଦା ନାଗ ସାପ ରହିଥାନ୍ତି, ସେହିଭଲି ଭକ୍ତ ଜଣକ ନାଗ ସାପ ଭଳି ରାସ୍ତା ରେ ଗଡ଼ି ଗଡ଼ି ଯାଉଛନ୍ତି ତାଙ୍କ ଭକ୍ତି ଭାବ କୁ ଦେଖି ଗ୍ରାମ ବାସି ଓ ପରିବାର ଲୋକେ ମଧ୍ୟ ତାଙ୍କୁ ସହଯୋଗ ର ହାତ ବଡାଇଛନ୍ତି । ଭକ୍ତ ଓ ଭଗବାନ ଙ୍କ ସମ୍ପର୍କ ନିବିଡ ହୋଇଥାଏ । ନିଜ ମନସ୍କାମନା ପୂରଣ ନେଇ ଏକ ସପ୍ତାହ ମଧ୍ୟରେ ପାତାଳଗଙ୍ଗା ରୁ ନିଜ ଗ୍ରାମ ଘଣ୍ଟିଗୁଡା କୁ ପହଂଚିଵା ସ୍ବପ୍ନ କୁ ସାକାର କରିବା ପାଇଁ ଗଡ଼ି ଗଡ଼ି ଅତିକ୍ରମ କରିଚାଲିଛନ୍ତି । ଭଗବାନ ଙ୍କୁ ପାଇବା ପାଇଁ କଠିନ ପରିଶ୍ରମ ଏବଂ ତପସ୍ୟା କରିବା ପରମ୍ପରା ପୂର୍ବ ରୁ ରହିଛି । ଆଜି ଜ୍ଵଲନ୍ତ ଉଦାହରଣ ସ୍ୱରୂପ ସୋମନାଥ ବାଗ । ଶ୍ରାବଣ ମାସର ପ୍ରଥମ ସୋମବାର ଠାରୁ ଯାତ୍ରା ଆରମ୍ଭ କରିଛନ୍ତି, ଦ୍ଵିତୀୟ ସୋମବାର ଦିନ ନିଜ ଗ୍ରାମ ଶିବ ମନ୍ଦିର ରେ ଜଳ ଅଭିଷେକ କରିବେ ।

Post a Comment

Previous Post Next Post