ଗୋଣ୍ଡି ଧର୍ମ ସସ୍କୃତି ସଂରକ୍ଷଣ ସମିତି ଓଡିଶା ଓ ଗୋଣ୍ଡୱାନା ସେବା ସଂଘ ଓ ଟ୍ରଷ୍ଟ ନୂଆପଡ଼ାଙ୍କ ଦ୍ୱାରା ନୂତନ ସରକାରୀ କର୍ମଚାରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଗୋଣ୍ଡି ଭାଷା ଓ ଲିପି ପ୍ରଶିକ୍ଷଣ ଉଦଘାଟନ ଏବଂ ସଂସ୍କୃତି -ସାମ୍ବିଧାନିକ -ପ୍ରତିନିଧିତ୍ୱ କାର୍ଯ୍ୟକ୍ରମ


ନୂଆପଡ଼ା (ଆଜତକ୍ ଓଡ଼ିଶା) ଶନିବାର ଦିନ ନୂଆପଡ଼ା ଜିଲ୍ଲା ସଦର ମହୁକମା ଗୋପୀନାଥ GNM training College ଠାରେ ଗୋଣ୍ଡି ଧର୍ମ ସସ୍କୃତି ସଂରକ୍ଷଣ ସମିତି ଓଡିଶା ଓ ଗୋଣ୍ଡୱାନା ସେବା ସଂଘ ଓ ଟ୍ରଷ୍ଟ ନୂଆପଡ଼ାଙ୍କ ଆନୁକୂଲ୍ୟରେ ନୂଆପଡ଼ା ଜିଲ୍ଲା ର ନୂତନ ସରକାରୀ କର୍ମଚାରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା, ଗୋଣ୍ଡି ଭାଷା ଓ ଲିପି ପ୍ରଶିକ୍ଷଣ ଉଦଘାଟନ ଏବଂ ସଂସ୍କୃତି -ସାମ୍ବିଧାନିକ -ପ୍ରତିନିଧିତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସର୍ବ ପ୍ରଥମେ ଇଷ୍ଟ ଦେବତା ବଡ଼ାଦେଓ ଙ୍କ ଦୀପ ପ୍ରଜ୍ବଳନ କରି ପୂଜା ଅର୍ଚନା କରାଗଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ମାନନୀୟ ଶ୍ରୀଯୁକ୍ତ ଲମ୍ବୋଦର ଧରୁଆ (ପ୍ରକଳ୍ପ ନିର୍ଦେଶକ PD & DRDA ନୂଆପଡ଼ା), କାର୍ଯ୍ୟକ୍ରମ ର ସଭାପତି ମାନନୀୟ ଶ୍ରୀଯୁକ୍ତ ଖାମସିଂ ମାଝୀ (ଅଖିଳ ଭାରତୀୟ ଗୋଣ୍ଡାୱାନା ମହାସଭା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ Director GNM training College ), ସମ୍ମାନିତ ଅତିଥି ରୂପେ ମାନନୀୟ ଶ୍ରୀଯୁକ୍ତ ଲୋହିତ ଭୋଇ (BDO ନୂଆପଡ଼ା ), ଶ୍ରୀଯୁକ୍ତ ହୋମସିଂ ମାଝୀ (Ex-Executive Engineer Paraskhol) ଏବଂ ଦ୍ଵିତୀୟ ଅଧିବେଶନ ରେ ମୁଖ୍ୟ ଅତିଥି ରୂପେ ମାନନୀୟ ଶ୍ରୀଯୁକ୍ତ ଦିଲେଶ୍ଵର ଧରୁଆ (Asst.Director -Statistical & Planing Office Nuapada ) ଯୋଗଦାନ କରିଥିଲେ l ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କ କର କମଳ ଦ୍ୱାରା ଗୋଣ୍ଡି ଭାଷା ଓ ଲିପି ପ୍ରଶିକ୍ଷଣ ଉଦଘାଟନ କରିବା ସାଙ୍ଗେ ସାଙ୍ଗେ ନୂତନ ସରକାରୀ କର୍ମଚାରୀଙ୍କୁ ପୁଲମାଳ ଓ ସାଲ୍ଲାଗଙ୍ଗରା ପ୍ରତୀକ ଦେଇ ସ୍ୱାଗତ - ସମ୍ବର୍ଦ୍ଧନା କରାଗଲା l ଏବଂ ଶ୍ରୀଯୁକ୍ତ ଭୁବନ ମାଝୀ ଙ୍କୁ ଅବସର ସମ୍ମାନ ସ୍ୱାଗତ ସମ୍ବର୍ଦ୍ଧନା କରାଗଲା l ଟ୍ରଷ୍ଟ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଟ୍ରଷ୍ଟ ର ଅଧ୍ୟକ୍ଷ ଦ୍ୱାରା ଉପସ୍ଥାପନା କରାଗଲାl ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ଙ୍କ ଦ୍ୱାରା ଗୋଣ୍ଡ ସମାଜର ଶିକ୍ଷା ସସ୍କୃତି ର ଉନ୍ନତି କରିବା ସହ ସମାଜ ର ଉତ୍ତରୋତ୍ତର ଉନ୍ନତି ନିମନ୍ତେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟ ପକ୍ଷରେ ନୂଆପଡ଼ା ଜିଲ୍ଲା ଗୋଣ୍ଡ ସମାଜ ର 2023-24 ବର୍ଷ ରେ ବିଭିନ୍ନ କ୍ଷେତ୍ରରେ ନୂତନ ସରକାରୀ କର୍ମଚାରୀ ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ସୁଶ୍ରୀ ସଶ୍ମିତା ମାଝୀ (MBBS Doctor, DHH Nuapada), ଗୌତମ ମାଝୀ (Jr. Lecturer ), ଉପେନ୍ଦ୍ର ମାଝୀ (Jr. Lecturer ), ଲିଲେଶ୍ଵର ମାଝୀ (Jr. Engineer), ଟିକେଲାଲ ମାଝୀ (TGT -pcm, Teacher ), କସ୍ତୁରୀ ମାଝୀ (TGT Arts Teacher ), ରାମା ମାଝୀ (TGT Teacher ), ରବୀନ ସିଂ ମାଝୀ (TGT Teacher ), ପର୍ଶୁରାମ ମାଝୀ (TGT Teacher ), ପଞ୍ଚୁରାମ ମାଝୀ (TGT teacher ), ସୁଶାନ୍ତ କୁମାର ମାଝୀ ( PET Teacher ), ଦେବରାଜ ମାଝୀ (PET Teacher ), ହେମିନ ମାଝୀ (TGT Teacher ), ଆଶାଳତା ମାଝୀ (nursing Officer), ହେମଲତା ମାଝୀ (Nursing Officer), ପୁଷ୍ପାଞ୍ଜଳି ମାଝୀ (Nursing Officer), ସୁନିତା ମାଝୀ (Nursing Officer), ସୁରେନ୍ଦ୍ର ମାଝୀ (TGT Teacher), ପରୀକ୍ଷିତ ମାଝୀ (Junior Assistant ), ଦୁଲେଶ୍ଵରୀ ମାଝୀ (Post Master ), ଦେବେନ୍ଦ୍ର କୁମାର ମାଝୀ (TGT Teacher ), ସୋମନାଥ ମାଝୀ (TGT Teacher) ପ୍ରମୁଖ ଯୋଗ ଦେଇ ନିଜ ସଫଳତା ର ସଂଘର୍ଷ କାହାଣୀ ଛାତ୍ର ଛାତ୍ରୀ ଓ ଯୁବ ବର୍ଗ ଙ୍କ ନିକଟ ରେ ପ୍ରକାଶ କରି ସେମାନଙ୍କୁ ଉଚ୍ଚ ଶିକ୍ଷା ଓ ବୃତ୍ତି ନିମିତ୍ତ ପରାମର୍ଶ ପ୍ରଦାନ କରିଥିଲେ ଏବଂ ଏହି କାର୍ଯ କ୍ରମ କୁ ପରିଚାଳନା କରିଥିଲେ ଗୋଣ୍ଡି ଧର୍ମ ସସ୍କୃତି ସଂରକ୍ଷଣ ସମିତି ର ସମ୍ପାଦକ ତିରୁ. ଘନଶ୍ୟାମ ମାଝୀ l ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ଅଧ୍ୟକ୍ଷ ତିରୁମାଲ ବଜରଙ୍ଗ ମାଝୀ, ଉପାଧ୍ୟକ୍ଷ ତିରୁ ଭିଖମ ମାଝୀ, ସହ ସମ୍ପାଦକ ଦୀନେଶ କୁମାର ମାଝୀ, କୋଷାଧକ୍ଷ ପ୍ରୀତିସାୟ ମାଝୀ,ସଂସ୍କୃତି ପ୍ରମୁଖ ଦୀନେଶ କୁମାର ମଣ୍ଡାବୀ, ଶିକ୍ଷା ପ୍ରମୁଖ ଜିରାଖନ ମାଝୀ, ଗୋଣ୍ଡି ଭାଷା ଓ ଗୋଟୁଲ ପ୍ରମୁଖ ତାରାଚନ୍ଦ ମାଝୀ, ଯୁବ ଶକ୍ତି ପରମେଶ୍ୱର ମାଝୀ, GSU କୋମନା ଅଧକ୍ଷ ହରିଶ ଚନ୍ଦ ମାଝୀ, GSU ବୋଡେ଼ନ ଅଧ୍ୟକ୍ଷ ଚିନ୍ତାମଣି ମାଝୀ, ଭୁମକା ମୁଠୁଆ ସଙ୍ଘ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଚୈତନ ମାଝୀ ଏବଂ ବହୁତ ସଂଖ୍ୟା ରେ ସାମାଜିକ ପଦାଧିକାରୀ, ଯୁବ ଯୁବତୀ ଶକ୍ତି, ମାତୃଶକ୍ତି, ପିତୃଶକ୍ତି ଉପସ୍ଥିତ ରହି ପ୍ରଥମ ଦିନର କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ସମାଜ ର ଦାରିଦ୍ର୍ୟତା, ନିରକ୍ଷରତା ଓ ଉନ୍ନତି ରେ ଶିକ୍ଷା ହେଉଛି ଏକ ମାତ୍ର ମାଧ୍ୟମ।ଯାହାକୁ ଆଧାର କରି ଆଜିର ଯୁବ ଗୋଷ୍ଠୀ ନିଜ ଜୀବନରେ ସଫଳ ବା ନିଜ ନିଜ ଲକ୍ଷ୍ୟସ୍ଥଳ ରେ ପହଞ୍ଚି ପାରିବେ। ଏହା ଥିଲା ଯୁବ ଗୋଷ୍ଠୀ ଙ୍କ ପ୍ରତି ନୂତନ କର୍ମ ଚାରୀ ଙ୍କ ବାର୍ତ୍ତା। ପରିଶେଷରେ ଗୋଣ୍ଡି ଧର୍ମ ସସ୍କୃତି ସଂରକ୍ଷଣ ସମିତି ଓ ଟ୍ରଷ୍ଟର ଅଧ୍ୟକ୍ଷ ସଭା ରେ ଉପସ୍ଥିତ ସମସ୍ତ ସାଗା ସମାଜକୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

Post a Comment

Previous Post Next Post