ତିନି ଜଣ ଅଗ୍ନିବୀର ସୈନିକ ନିଜ ତାଲିମ୍ ଗ୍ରହଣ ପରେ ଘର ବାହୁଡ଼ା, ନୂଆପଡ଼ା ରେଳ ଷ୍ଟେସନ୍ ଠାରେ ବିପୁଳ ସମ୍ବର୍ଦ୍ଧନା


ନୂଆପଡ଼ା( ବିରବଲପ୍ରଧାନ)ନୂଆପଡ଼ା ଜିଲ୍ଲା ର ଯୁବକ ମାନେ ଦେଶ ସୈନ୍ୟ ବାହିନୀ ରେ ଯୋଗଦାନ ପାଇଁ ଆଗେଇ ଆସିଥିବା ବେଳେ କେନ୍ଦ୍ର ସରକାରଙ୍କ ଅଗ୍ନିବୀର୍ ଯୋଜନା ରେ ସାମିଲ ହୋଇ ନିଜ ତାଲିମ ଗ୍ରହଣ କରିଛନ୍ତି। ସେମାନେ ବିହାର ରେଜୀମେଣ୍ଟ ରେ ତାଲିମ ଗ୍ରହଣ କରିଛନ୍ତି। ତିନି ଜଣ ଅଗ୍ନିବୀର ସୈନିକ ନିଜ ତାଲିମ୍ ଗ୍ରହଣ ପରେ ଘର ବାହୁଡ଼ା କରିଛନ୍ତି। ତାଙ୍କ ପ୍ରତ୍ୟାବର୍ତ୍ତନ ନେଇ ନୂଆପଡ଼ା ଜିଲ୍ଲା ଅବସର ଆର୍ମି ସଂଘ ପକ୍ଷ ରୁ ନୂଆପଡ଼ା ରେଳ ଷ୍ଟେସନ୍ ଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ତିନି ଆଦିବାସୀ ଯୁବକ ମାନେ ଦେଶ ମାତୃକା ସେବା କରିବାର ସୁଯୋଗ ପାଇଥିବା ବେଳେ ତାଙ୍କ ସଫଳ ତାଲିମ୍ ସମାପ୍ତ କରିଥିବା ନେଇ ଶୁଭେଛା ଜଣାଇଛନ୍ତି। ଦିଆଁମୁଣ୍ଡା ର ବିଶ୍ଵନାଥ ମାଝୀ, ଦେଓଦରା ର ଖାମ ସିଂ ମାଝୀ, ଏବଂ ଗନିଆରୀ ଗ୍ରାମର ଦେବାବ୍ରତ ମାଝୀ ନିଜ ସାତ ମାସ ତାଲିମ୍ ନେଇଛନ୍ତି। ଆସନ୍ତା ଦିନ ରେ ଦେଶ ସୀମା ରେ ନିଜ ଦାୟିତ୍ବ ଦେବା। ଆଜି ନୂଆପଡ଼ା ଠାରେ ୟୋଗି ରାମ ସାହୁ, ରମେଶ ସାହୁ, ରାକେଶ ଶ୍ରୀବାସ୍ତବ, କ୍ରିଷ୍ଣା ଅର୍ଜୁନ ସିଂ,ବିନୋଦ ବିହାରୀ ପ୍ରଧାନ, ଭାରତ ମାଝୀ ପ୍ରମୁଖ ଫୁଲ ତୋଡା ମାଲ୍ୟାର୍ପଣ କରି ସ୍ବାଗତ କରିଛନ୍ତି। ଜିଲ୍ଲାର ଅନ୍ୟ ଯୁବକଙ୍କ ପାଇଁ ଉତ୍ସାହ ପ୍ରଦାନ ର ଉତ୍ସ ହେବେ ବୋଲି ସଂଘ ପକ୍ଷ ରୁ ପ୍ରକାଶ। ସେମିତି ସ୍ୱାଗତ କରିଥିଲେ କୋମନା ବ୍ଲକ ମାନିଗୁଡା ଗାଁ ର ଦେବବ୍ରତ ମାଝୀ ଙ୍କୁ ଗାଁ ରେ ବାଜା ଗୀତ ଓ ଭାରତ ମାତା କୀ ଜୟ ନାରା ରେ ପୁରା ଗାଁ କମ୍ପି ଉଠିଥିଲା । ଏହି ସମୟରେ ରେ ଉପସ୍ଥିତ ଥିଲେ ମାଝୀ ଙ୍କ ପରିବାର, ଗାଁ ର ସରପଞ୍ଚ ଯୋଗୀନ୍ଦ୍ର ବାଗ ଓ ଗ୍ରାମବାସୀ

Post a Comment

Previous Post Next Post