ସିନାପାଲିରେ ରଥଯାତ୍ରା ପ୍ରସ୍ତୁତି ବୈଠକ : ଦେବଦଳନକୁ ଟାଣିବେ ମହିଳା ଶ୍ରଦ୍ଧାଳୁ


ସିନାପାଲି:୧୬/୦୬- ଆଗାମୀ ରଥଯାତ୍ରା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସିନାପାଲି ଜଗନ୍ନାଥ ମନ୍ଦିର ପରିସରରେ ରବିବାର ଅନୁଷ୍ଠିତ ହୋଇଛି । ମନ୍ଦିର ପରିଚାଳନା କମିଟିର ସଭାପତି ବୈଶମ୍ପାୟନ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ଅଣସରନୀତି, ନେତ୍ରୋତ୍ସବ, ରଥଯାତ୍ରା, ହେରାପଂଚମୀ, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ ଆଦି ଉତ୍ସବକୁ ଶୃଙ୍ଖଳାର ସହ ପାଳନ କରିବାକୁ ଆଲୋଚନା କରାଯାଇଥିଲା । ଏଥିସହ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦୃଷ୍ଟିରୁ ଟ୍ରାଫିକ୍ ନିୟଂତ୍ରଣ, ସ୍ୱଚ୍ଛତା, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ବ୍ଯବସ୍ଥାକୁ କମିଟି ତରଫରୁ ଗୁରୁତ୍ୱ ଦିଆଯାଇଛି । ବୈଠକ ଆରମ୍ଭରେ କମିଟିର ସହସଂପାଦକ ରୂପେଶ ଚଂଦ୍ର ମେହେର ସମସ୍ତଙ୍କୁ ସ୍ବାଗତ କରି ସଭାର ଉଦ୍ଦେଶ୍ୟ ଜଣାଇଥିଲେ । ଏହି ଅବସରରେ ସେବାୟତ ମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ସୂଚନାଯୋଗ୍ଯ ଯେ ୨୦୧୩ ମସିହାରେ ପୁରୀ ଗଜପତି ମହାରାଜଙ୍କ କରକମଳରେ ଭବ୍ଯ ମନ୍ଦିର ପ୍ରତିଷ୍ଠା ପରଠାରୁ ଏଠାରେ ତିନୋଟି ରଥ ଟଣା ଯାଇ ଆସୁଥିବା ବେଳେ ମାତା ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳା ଶ୍ରଦ୍ଧାଳୁ ଟାଣିବାର ପରମ୍ପରା ରହିଛ । ଆଜିର ବୈଠକରେ ଡମ୍ୱରୁଧର ମେହେର, ଫଣିଂଦ୍ରନାଥ ମେହେର, ନୀଳମଣି ମେହେର, ଶଶିଭୂଷଣ ମାଝୀ, ଚିନ୍ତାମଣି ସାହୁ, ହୄଦାନନ୍ଦ ମାଝୀ, ପୂର୍ଣ୍ଣଚଂଦ୍ର ମେହେର, ସୁବାଷ ଅଗ୍ରୱାଲ, ଲୋକନାଥ ମେହେର, ନାରାୟଣ ପାତ୍ର, ନରହରି ମେହେର, ଗୋଳାମଣି ସା, ଲମ୍ୱୋଦର ମେହେର, ନନ୍ଦକୁମାର ପାତ୍ର, ବିଦ୍ଯାଧର ମେହେର, ବାମଦେବ ଦାଶ, ତପିରାମ ମେହେର, ଦୁଷ୍ଟାନ୍ତର ମେହେର, ଅଜିତ ଯୋଷୀ, ମତିରାମ ମେହେର, ଅରିଗଂଜନ ଯୋଷୀ, ବୈଷ୍ଣବ ମେହେର, ତପେଶ୍ୱର ମେହେର, ସୁରେଂଦ୍ର ମିଶ୍ର, ଉଦ୍ଧବ ମେହେର, ଈଶ୍ୱର ପ୍ରସାଦ ମେହେର, ଧୄବଚରଣ ମେହେର, ଚଂଦ୍ର ଶେଖର ମେହେର, ଜ୍ଯୋତିପ୍ରକାଶ ମେହେର, ରାମକୄଷ୍ଣ ମେହେର, ଖୁସିରାମ ମେହେର, ଭୀଷ୍ମରାଜ ଦାଶ, ହାଡ଼ୁରାମ ମେହେର, ପ୍ରିୟରଞ୍ଜନ ମେହେର, ମୁରଲିଧର ମେହେର, ଗଣପତି ମେହେର, ପ୍ରଦୀପ ମେହେର, ଜୟଦେବ ମେହେର, ପୂର୍ଣ୍ଣ ମେହେର, ଗୋବର୍ଦ୍ଧନ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ନବୀନ ଚଂଦ୍ର ମେହେର ଧନ୍ଯବାଦ ଦେଇଥିଲେ ।

Post a Comment

Previous Post Next Post