କାଳବୈଶାଖୀ ସାଜିଲା କାଳ


କୋମନା (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବୁଦ୍ଧିକୋମନା ଗ୍ରାମପଞ୍ଚାୟତ ର ଡୋଙ୍ଗରିପାଲି ଗ୍ରାମ ତଥା ଆଖ ପାଖ ଅଂଚଳରେ କାଳବୈଶାଖୀ ଝଡ଼ ବର୍ଷା ଯୋଗୁଁ ନାନା ଅସୁବିଧାର ସମ୍ମୁଖୀନ ଦେଖା ଦେଇଛି।ରାସ୍ତା କଡ଼ରେ ଗଛ ଗୁଡିକ ପଡି ରାସ୍ତା ଅବରୋଧ ହୋଇଛି ଓ ବିଦ୍ୟୁତ ଖୁଣ୍ଟ ଉପୁଡି ଯିବା ଯୋଗୁଁ ଲୋକମାନେ ଅନ୍ଧକାରରେ ରାତି କାଳ କାଟିଛନ୍ତି। କାଳ ବୈଶାଖୀ ଝଡ଼ ବର୍ଷା ଯୋଗୁଁ କାହାର ଘର ଭାଙ୍ଗିଛି ତ କାହାର ଗାଈ ଗୁହାଳ ଭାଙ୍ଗି ଚୁରମାର ହୋଇଯାଇଛି।ହଠାତ କାଳ ବୈଶାଖୀ ଝଡ଼ ବର୍ଷା ଯୋଗୁଁ କେତେକ ପରିବାରର ଚାଲ ଘର ଭାଙ୍ଗି ଯାଇଛି, ଏହି ଘର ହିଁ ଏକମାତ୍ର ସାହାରା ଯାହା ଖରା, ବର୍ଷା, ଶୀତ କାକରରୁ ତାଙ୍କୁ ସୁରକ୍ଷା ଦେଉଥିଲା।ଡୋଙ୍ଗରିପାଲି ଗ୍ରାମର ଅଭୟ କୁମାର ନାଏକ, ରବୀନ୍ଦ୍ର ମହାଖୁଡ଼ ଓ ଘାସିରାମ ମହାଖୁଡ଼ଙ୍କ ଗାଈ ଗୁହାଳ ଭାଙ୍ଗି ଚୁରମାର ହୋଇଯାଇଛି।

ପ୍ରାୟ ଗ୍ରାମର ୫୦ଟି ବଡ଼ ବଡ ଗଛ ଏହି ଝଡ଼ରେ ଟଳି ପଡିଛି ଓ ରାସ୍ତା କଡ଼ର ଗଛ ଗୁଡିକ ପଡି ଯିବାରୁ ଯାତାୟତ ଠପ ହୋଇ ଯାଇଛି। ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ମଧ୍ୟ ପଡି ରାସ୍ତା ଅବରୋଧ ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଧନ ଜୀବନ ନଷ୍ଟ ହୋଇଯାଇଛି. ତେଣୁକରି ରାଜ୍ୟ ସରକାର ତରଫରୁ କ୍ଷତିଗ୍ରସ୍ତ ହିତାଧିକାରୀମାନଂକୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ହିତାଧିକାରୀ ମାନେ ପ୍ରଶାସନ ଓ ସରକାରଙ୍କୁ ନିବେଦନ କରିଛନ୍ତି।

Post a Comment

Previous Post Next Post