ଆନ୍ଧ୍ରପ୍ରଦେଶ ରେ ଦୁଇ ଦାଦନ ଶ୍ରମିକ ସାଙ୍ଗ ମୃତ, ହତ୍ୟା ସନ୍ଦେହ


ନୂଆପଡା (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳ ର ଦୁଇ ଦାଦନ ଶ୍ରମିକ ସାଙ୍ଗ କାମ ଅନ୍ୱେଷଣ ରେ ସୁଦୂର ଆନ୍ଧ୍ରପ୍ରଦେଶ ସହର କୁ ଯାଇଥିବା ବେଳେ ମୃତ୍ୟୁ ଘଟିଛି । ଏମାନେ ହେଲେ ଝାରବନ୍ଧ ଗ୍ରାମ ପଞ୍ଚାୟତ ସ୍ଥିତ ତିଲେଇମାଳ ଗ୍ରାମର ଜଗଦିଶ ସିଂବାବୁ (୨୨) ଓ କେନ୍ଦୁମୁଣ୍ଡା ଗ୍ରାମ ପଞ୍ଚାୟତ ର ଦର୍ଲିପଡା ଗ୍ରାମର ଈଶ୍ୱର ବଘେଲ (୨୦) ବୋଲି ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ ର ବିଜେୱାଡା କୁ କାମ କରିବା ପାଇଁ ଗତ ମାର୍ଚ୍ଚ ମାସରେ ଦୁଇ ସାଙ୍ଗ ଯାଇଥିଲେ। ସେଠାରେ ଏକ ମିଠା କମ୍ପାନୀ ରେ କାମ କରୁଥିଲେ । ହେଲେ ସେଠାରେ ଦୁଇ ସାଙ୍ଗ ଙ୍କ ମୃତ୍ୟୁ ଘଟିଛି। ମୃତ୍ୟ ର ସ୍ପଷ୍ଟ କାରଣ ଜଣା ପଡି ନ ଥିବା ବେଳେ ସହର ର ଅନତି ଦୂରରେ ଥିବା ରେଲ ଧାରଣା ନିକଟରେ ଦୁଇ ମୃତ ଦେହ ପଡି ରହିଛି। ସେଠାକାର ରେଲୱେ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ହତ୍ୟା ସନ୍ଦେହ କରାଯାଉଛି। ପ୍ରକାଶ ଯେ, ଏହି ଦୁଇ ସାଙ୍ଗ ପୂର୍ବରୁ ମଧ୍ୟ ଅନେକ ଥର ସହର କୁ ଯାଇ ଫେରୁଥିଲେ । ହେଲେ କୋଉ ପରିସ୍ଥିତି ରେ ରେଳ ଧାରଣା ନିକଟରେ ମୃତ୍ୟୁ ଘଟିଛି ତାହା ସନ୍ଦେହ ସୃଷ୍ଟି କରିଛି । ରେଳ ଧାରଣା ନିକଟରେ ଦୁଇ ଜଣ ଙ୍କ ଖୋଲା ଚପଲ ଓ ବ୍ୟାଗ ସୁରକ୍ଷିତ ସ୍ଥାନରେ ରହିଥିବାରୁ ଘଟଣା କୁ ଆହୁରି ରହସ୍ୟ କରୁଛି । ଯଦି ଏମାନେ ଘରକୁ ଫେରୁଥିଲେ ତେବେ ଷ୍ଟେସନ ନିକଟରେ ନ ରହି ଆଗକୁ କେମିତି ଚାଲିଗଲେ ବୋଲି ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଏହି ଘଟଣାର ଫୋଟୋ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ଜଣେ ସମ୍ପର୍କୀୟ ହଠାତ ଗାଁ କୁ ଫୋନ କଲ୍ ଆସିଲା ତମ ପୁଅ ମୃତ୍ୟୁ ବରଣ କରିଛି। ପରିବାର ଲୋକେ ଖବର ଶୁଣି ଭାଙ୍ଗି ପଡିଥିବା ବେଳେ ବିଯେୱାଡ଼ା ଯାଇଥିବା ଜଣାପଡିଛି। ଦୁହେଁ ଅବିବାହିତ ହୋଇଥିବା ଵେଳେ ଖବର ଶୁଣିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମଙ୍ଗଳବାର ଦିନ ଗାଁ କୁ ମୃତ ସବ ପହଞ୍ଚିବ ବୋଲି ପରିବାର ସୁତ୍ର ରୁ ପ୍ରକାଶ । ସିନାପାଲି ବ୍ଲକ ଅଞ୍ଚଳ ଏକ ଦାଦନ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଅଞ୍ଚଳ ରେ ବାରମ୍ବାର ଏଭଳି ଘଟଣା ଘଟୁଛି । କେତେବେଳେ ନିର୍ଯ୍ୟାତିତ ତ ଆଉ କେତେବେଳେ ଶୋଷଣ ସାଙ୍ଗକୁ ମୃତ୍ୟୁ ର ସାମ୍ନା କରିବାକୁ ପଡୁଛି । ତଥାପି ଅଞ୍ଚଳ ର ଶ୍ରମିକ ମାନେ ବାରମ୍ବାର ଯାଉଛନ୍ତି। ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିବା ଚିନ୍ତାରେ ଯାଉଥିବା ବେଳେ ଶେଷ ରେ ଶବ ହୋଇ ଘରକୁ ଫେରୁଛନ୍ତି।

Post a Comment

Previous Post Next Post