ଆବାସ ଯୋଜନା ତାଲିକାରୁ ନାଁ କଟିଯିବାରୁ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହେଲେ ହିତାଧିକାରୀ


ନୁଆପଡ଼ା:- ୧୧/୬/(ବିରବଲ ପ୍ରଧାନ)ନୁଆପଡ଼ା ଜିଲ୍ଲା ସଦର ବ୍ଳକ ଧରମବନ୍ଧା ଗ୍ରାମପଞ୍ଚାୟତ ଅଧିନ ଟିକ୍ରାପଡ଼ା ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ଏକ ଏକ ଗରିବ ପରିବାରର ନାଁ କଟିଯାଇଥିବା ଅଭିଯୋଗ ହୋଇଛି। ଏବେ ବାସଗୃହ ପାଇଁ ପରିବାର ଲୋକେ ବାରଦୁଆର ହେଉଛନ୍ତି। ଆଜି ସେହି ପରିବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। ଟିକ୍ରାପଡ଼ାର ଲଳିତମୋହନ ମାଝିଙ୍କ ପରିବାର କହିଲେ, ସ୍ତ୍ରୀ ଦୁତିକା ମାଝି, ଝିଅ ଦ୍ରୌପଦୀ ଓ ପୁଅ ଚାରୁଚନ୍ଦ୍ର। ଲଲିତ ଜଣେ ନିହାତି ଗରିବ ସେ କୁଲିମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି। ଅଭାବ ଅଟାଟନ ଭିତରେ ଏକ ମାଟି କୁଡ଼ିଆରେ ସପରିବାର ମୁଣ୍ଡ ରହନ୍ତି। ଗତବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଲଳିତଙ୍କ ନାଁ ରହିଥିଲା। ବାସଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିବା ପୂର୍ବରୁ ପଞ୍ଚାୟତ କର୍ତ୍ତୃପକ୍ଷ ବିନା ସର୍ଭେ କରି ଲଲିତଙ୍କ ପକ୍କା ଘର ରହିଥ‌ିବା ଦର୍ଶାଇ ତାଲିକାରୁ ନା ବାଦ ଦେଇଥିଲେ। ଏଭଳି ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଲଲିତ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପକ୍ଷେ ଗାଁର ଧନି ଶ୍ରେଣୀର ଗୋଟିଏ ପରିବାର ୨ଟି ଲେଖାଏଁ ଆବାସଗୃହ ପାଉଛନ୍ତି। କିନ୍ତୁ ଗାଁର ପ୍ରକୃତ ହିତାଧିକାରୀ ଯେଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଥିବା ସେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଲଲିତଙ୍କ ପରିବାର ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ସେ ଦୁଇଥର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ପରିବାର ଲୋକେ ଅଭିଯୋଗ କରି ନିରାଶ ହୋଇଛନ୍ତି । ଆଜି ପୁଣି ଆଦିବାସୀ ନେତା ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ୱରେ ପରିବାର ଲୋକେ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଥିଲେ। ଜିଲ୍ଲାପାଳ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସୁବାସଚନ୍ଦ୍ର ରଏତଙ୍କୁ ଭେଟି ଲିଖିତ ଅଭିଯୋଗପତ୍ର ଦେଇଛନ୍ତି। ଏଭଳି ଆବାସ ପାଇଁ ପରିବାର ଲୋକେ ବାରଦୁଆର ହେଉଥିଲେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି।ଗରିବ ଓ ଯୋଗ୍ୟ ପରିବାରକୁ ଆବାସ ଯୋଜନାରେ ସାମିଲ କରିବା ସହ ବାସଗୃହ ପାଇଥିବା ଅଯୋଗ୍ୟଙ୍କ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ତେବେ, ଯଥାଶୀଘ୍ର ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏଡିଏମ ଶ୍ରୀ ରଏତ ପ୍ରତିଶ୍ରୁତି ଦେଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।

Post a Comment

Previous Post Next Post