ବଲାଙ୍ଗିର ୧୫/୬(ଆଜତକ୍ ଓଡ଼ିଶା) ସାଂପ୍ରତିକ ସମୟରେ କର୍କଟ ରୋଗ ଏକ ଉତ୍କଟ ବ୍ୟାଧି ରୂପେ ମଣିଷ ସମାଜ କୁ ଭୟ ଗ୍ରସ୍ତ କରିଥିବା ବେଳେ ଅନେକ ମୂଲ୍ୟବାନ ଜୀବନ କାଳରେ ଝଡି ପଡୁଛି। ଏହା ର କାରଣ ପରିବର୍ତ୍ତିତ ଜୀବନ ଶୈଳୀ, ପରିବେଶ, ପ୍ରଦୂଷିତ ଜଳ, ବାୟୁ, ମାଟି, ଖାଦ୍ୟ ପେୟ ଯୋଗୁଁ ଏପରି ସମସ୍ୟା ଦେଖାଯାଉଛି। ଏହାର କାରଣ ଓ ନିରାକରଣ ପାଇଁ କାର୍ସି ନୋଭା କ୍ୟାନ୍ସର ହସପିଟାଲ, କଟକ ଓ ଓଡ଼ିଶା ୟୁନୀୟନ୍ ଅଫ ଜର୍ନାଲିଷ୍ଟ (ଓ ୟୁ ଜେ) ବଲାଙ୍ଗିର ଜିଲ୍ଲା ଶାଖାର ମିଳିତ ଉଦ୍ୟମ ରେ କର୍କଟ ରୋଗ ସଚେତନତା ଶିବିର ବଲାଙ୍ଗିର ଶାଖା ସଭାପତି ପ୍ରଦୀପ୍ତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ପୌରାଧକ୍ଷା ଲିକା ସାହୁ, ମୁଖ୍ୟ ବକ୍ତା ରୂପେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଶୀ ଯୋଗଦେଇ ଥିବା ବେଳେ କାର୍ସୀ ନୋଭା କ୍ୟାନ୍ସର ହସପିଟାଲ ର ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଖିତିଶ କୁମାର ମିଶ୍ର ଯୋଗଦେଇ ପ୍ରୋଜେକ୍ଟର ମାଧ୍ୟମରେ କର୍କଟ ରୋଗ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ଓ ୟୁ ଜେ ବଲାଙ୍ଗିର ଶାଖାର ହରି ନାରାୟଣ ପୂଝାରୀ, ଶରତ ମିଶ୍ର, ସଦାଶିବ ସରାଫ, ବଂଶୀଧର ସେଠ, ପ୍ରଭାବିତ ସିଂ ସାଲୁଜା, ରିତୁରାଜ୍ ସିଂ, ତାପସ ବେହେରା, ଉମାକାନ୍ତ ପ୍ରଧାନ, ଅନ୍ତର୍ଯ୍ୟାମୀ ପଶାୟତ, ଦେବାଶିଷ ବହିଦାର, ସତ୍ୟପ୍ରିୟ ମିଶ୍ର, ଜ୍ୟୋତିରଂଜନ ପଣ୍ଡା, ସୁରଦାସ ବାଗ, ଆଶିଷ ଖଇତାନ, ରଞ୍ଜିତ ବେହେରା, ଗୁପ୍ତେଶ୍ୱର ପୁଷ୍ଟି, ଘଟେଶ୍ୱର୍ ମିଶ୍ର ସଙ୍ଗଠନ ସଦସ୍ୟ , ବରିଷ୍ଠ ନାଗରିକ, ବୁଦ୍ଧି ଜିବି, ସାଂସ୍କୃତିକ, ସାମାଜିକ ସଙ୍ଗଠନ ଯୋଗଦେଇଥିଲେ ଥିଲେ। କାର୍ଯ୍ୟ କ୍ରମ କୁ ସାଧାରଣ ସମ୍ପାଦକ ଅଭୟ ତ୍ରିପାଠୀ ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment