ଜୁନାଗଡ଼ (ଆଜତକ୍ ଓଡ଼ିଶା):ଯେଉଁ ସମୟରେ ଅସହାୟ ଲୋକ ଦେଖନ୍ତି ସେତେବେଳେ ତାଙ୍କ ସେବା ପାଇଁ ଆଗରେ ଥାଆନ୍ତି ସମାଜସେବୀ ଅଙ୍କିତ ସେଠୀ । ଦୁର୍ଘଟଣା ସମୟ ରେ ରୋଗୀକୁ ଡାକ୍ତରଖାନା କୁ ଆଣିବା ଠୁ ନେଇକି ତା'ର ଯତ୍ନ ନେବା ପଯ୍ୟନ୍ତ ସବୁବେଳେ ପ୍ରଶଂସା ପାଇଛନ୍ତି ସେଠୀ ବାବୁ । ଏହା ସହ ରକୃଦାନ କରିବା ସହିତ ରକ୍ତ ଅଭାବ ସମୟରେ ରକ୍ତ ଯୋଗାଣ ମଧ୍ୟ କରିଥାନ୍ତି । ଆଜି ଧର୍ମଗଡ଼ ଚିକିତ୍ସାଳୟ ଠାରେ ଜୁନାଗଡ଼ ବ୍ଲକ ଚିଚେଇଗୁଡ଼ା ଗାଁର ସାଇଲେନ୍ଦ୍ରି ଟାକରି କୁ ଅତ୍ୟନ୍ତ ଜରୁରୀ ଆବଶ୍ୟକ ହୋଇଥିଲା O+ve ରକ୍ତ ଦାନ କରି ଜୀବନ ବଂଚାଇଲେ ରକ୍ତ ଦାତା ମୋହିତ ଭର୍ମା। ସ୍ଥାନୀୟ ରକ୍ତ ଭଣ୍ଡାର ରେ ବଉଁମାନ ଦେଖା ଦେଇଥିବା ରକ୍ତର ସଙ୍କଟ ବେଳେ ଏଭଳି ଅସମୟରେ ସୋସିଆଲ ଏକ୍ଟିଭିଷ୍ଟ ଅଫ କଳାହାଣ୍ଡି ଦ୍ଵାରା ରକ୍ତ ଯୋଗାଣ ସଫଳ ହୋଇଛି ବୋଲି ଜଣାପଡିଛି । ଚିଛେଇଗୁଡ଼ା ଗ୍ରାମର ଟାକରି ପରିବାର ଲୋକେ ସୋସିଆଲ ଏକ୍ଟିଭିଷ୍ଟ ଅଫ କଳାହାଣ୍ଡି ର ଧର୍ମଗଡ଼ ନ.ଏ.ସି ସମ୍ପାଦକ ଅଙ୍କିତ ସେଠୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ତୁରନ୍ତ ଅଙ୍କିତ ସେଠୀ ବାବୁ ମୋହିତ ଭର୍ମା ନାମଙ୍କ ଜଣେ ବ୍ୟକ୍ତିଙ୍କୁ ନେଇ ରକ୍ତଦାନ କରୁଥିବାରୁ ସାଇଲେନ୍ଦ୍ର ପ୍ରକ୍ରିୟା ରଖିଛନ୍ତି । ଏବଂ ଅଙ୍କିତ ସେଠୀ ତାଙ୍କ ଜନ୍ମଦିନ ଉପଲକ୍ଷେ ନିଜେ ମଧ୍ୟ ରକ୍ତଦାନ କରିଛନ୍ତି ଏହି ସହଯୋଗ ସମୟରେ ତାଙ୍କ ସହିତ ଧଗ ନାଏକ,ଗୋବିନ୍ଦ ସାହୁ,ଅଜୟ ସୁନାନି,ଲକ୍ଷ୍ମୀକାନ୍ତ ଧଙ୍ଗଡାମାଝୀ ସମସ୍ତେ ଉପସ୍ଥିତ ଥିଲେ । ସେଠୀ ବାବୁ ଅନେକ ଥର O+ve ରକ୍ତ ଦାନ କରି ଅନେକ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି । ଆଉ ଏ ମହତ ସେବାର ସୁଯୋଗ ଓ ପ୍ରେରଣା ଲାଭ କରିଛନ୍ତି । ଏଭଳି ଗ୍ରୀଷ୍ମ ପ୍ରବାହରେ ରକ୍ତର ସଙ୍କଟ ବେଳେ ନୂତନ ଯୁବ ପୀଢ଼ି ରକ୍ତ ଦାନ କରିବାକୁ ଓ ରୋଗୀଙ୍କ ଜୀବନ ରକ୍ଷା ପାଇଁ ଆଗେଇ ଆସିବାକୁ ଧର୍ମଗଡ଼ ସୋସିଆଲ ଏକ୍ଟିବିଷ୍ଟ ଅଫ କଳାହାଣ୍ଡି ର ଧର୍ମଗଡ଼ ନ.ଏ.ସି ସମ୍ପାଦକ ଅଙ୍କିତ ସେଠୀ ନିବେଦନ କରିଛନ୍ତି ।

Post a Comment