ନୂଆପଡା:- ୮/୬ (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲାରେ ଚାଲୁଥିବା ଲକ୍ଷ୍ମୀ ବସରୁ ନବୀନ ପଟ୍ଟନାୟକଙ୍କ ଫଟୋ, 5Tଲେଖାଯାଇଥିବା ଫଟୋ ଓ SHG ମହିଳାଙ୍କ ଫଟୋକୁ ହଟାଯାଇଛି। ନୂଆପଡା, ଖଡ଼ିଆଳ, ସିନାପାଲି, ବୋଡେନ, କୋମନା ବ୍ଲକରେ ଗତ କିଛି ମାସ ପୂର୍ବରୁ ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟ ପରିବହନ ବିଭାଗ ଏବଂ ଓଏସଆରଟିସି ଦ୍ବାରା ରାଜ୍ୟର ପ୍ରତ୍ୟେକ ବ୍ଲକ ପାଇଁ ଲକ୍ଷ୍ମୀ ବସ ଦିଆଯାଇଥିଲା। ଏହି ବସ୍ ବ୍ଳକରୁ ପ୍ରତ୍ୟେକ ପଞ୍ଚାୟତ ପର୍ଯ୍ୟନ୍ତ ଯାତ୍ରୀଙ୍କ ପାଇଁ ବିଶେଷ କରି ମହିଳା ମାନଙ୍କ ଲାଗି ୫ ଟଙ୍କା କରାଯାଇଥିଲା। ସବୁଠାରୁ ବଡ଼ କଥା ହେଉଛି ଏହି ବସରେ ଦୈନିକ ମାତ୍ର ୫ ଶହରୁ ୧ ହଜାର ଟଙ୍କା ଯାତ୍ରୀଙ୍କ ଠାରୁ ଆଦାୟ ହେଉଥିଲା। ଦୈନିକ ଗୋଟିଏ ବସ ପିଛା ୩ ହଜାରରୁ ଅଧିକ ଖର୍ଚ୍ଚ ହେଉଥିଲା। ବସରେ ଓଡ଼ିଶା ସରକାର ଲେଖା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋଟ ସହ ୫-ଟି ଲେଖା ଏବଂ ଲକ୍ଷ୍ମୀବସ ଓ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ଫଟୋ ଷ୍ଟିକର ଲଗାଇ ସଜା ଯାଇଥିଲା। ପ୍ରତ୍ୟେକ ବସରେ ଡ୍ରାଇଭର, କଣ୍ଡକ୍ଟର, ହେଲ୍ପର ନିଯୁକ୍ତି ସହ ଗାଡିର ଦାୟିତ୍ବ ବୁଝିବାକୁ ପ୍ରତ୍ୟେକ ବ୍ଳକରେ ସୁପରଭାଇଜର ରଖି ବୁଝାବୁଝି କରୁଥିଲେ। ସାଧାରଣ ନିର୍ବାଚନ ପରେ ସରକାର ବଦଳିଲା ପରେ ହଠାତ ଗାଡ଼ିରେ ଲାଗିଥିବା ସବୁ ଷ୍ଟିକର ହଟାଇ ଦେଇଥିବାବେଳେ ଗାଡିରେ କେବଳ ଓଏସଆରଟିସି ଷ୍ଟିକର ଲଗାଯାଇ ଗାଡି ଚାଲିଛି। ଗାଡିର କିଛି କର୍ମଚାରୀ କହିଛନ୍ତି ଯେ, ଓଏସଆରଟିସି ତରଫରୁ ଗତ ରାତିରେ ସମସ୍ତ ଡ୍ରାଇଭର ଓ କଣ୍ଡକ୍ଟରକୁ ଡାକି ସବୁ ଗାଡ଼ିରୁ ଷ୍ଟିକର ହଟାଇବାକୁ ଉପରୁ ନିର୍ଦ୍ଦେଶ ଆସିଛି ।

Post a Comment