ଖଟିଆ ରେ ବୁହା ହେଲେ ଗର୍ଭବତୀ


ନୁଆପଡ଼ା (ବିରବଲ ପ୍ରଧାନ) ସ୍ୱାଧୀନତାର ୭୭ ବର୍ଷ ପରେ ଓ ରାଜ୍ୟ ସରକାରଙ୍କ ଦୀର୍ଘ ୨୪ ବର୍ଷ ର ସ୍ଥାୟୀ ଶାସନ ପରେ ମଧ୍ୟ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ନାଗପଡ଼ା ଗ୍ରାମ ପଞ୍ଚାୟତ ର ଭୁଇଁପାନି ଗାଁ କୁ ନାହିଁ ରାସ୍ତା । ଯାହା ଫଳରେ ସାଧାରଣ ଲୋକଙ୍କ ଯାତାୟାତ ଦୁର୍ବିସହ ହୋଇଯାଇଥିବା ବେଳେ ରୋଗୀ, ଗର୍ଭବତୀ ଙ୍କ ପାଇଁ ଜୀବନ ଆହୁରି ବିପଦ ହୋଇଯାଇଛି । ବାରମ୍ଵାର ବ୍ଲକ ଠାରୁ ନେଇ ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ସରକାର ଙ୍କ ନିଦ ଭାଙ୍ଗି ପାରିନାହିଁ । ପୁଣି ଆଜି ଏହି ଅଞ୍ଚଳ ରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନା କୁ ଆସିଛି । ଭୁଇଁପାନୀ ଗାଁ ର ଖୋଲିଭିତର ପଡ଼ା ର ଧନେଶ୍ଵର ଚିନ୍ଦା ଙ୍କ ସ୍ତ୍ରୀ ହେମୀ ଚିନ୍ଦା ଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ, ହେଲେ ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଟି ଝରଣାମାଲ ଗାଁ ନିକଟରେ ଅଟକି ରହିଥିଲା । ପରିବାର ଲୋକଙ୍କ ସହ ଗାଁର କିଛି ଯୁବକ ଗର୍ଭବତୀ ହେମି ଚିନ୍ଦାଙ୍କୁ ଏକ ଖଟିଆ ରେ ଦୋଲିଫାନ୍ଦି ପାଖାପାଖି ଦୁଇ କିଲୋମିଟର ବୋହି ଆଣି ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଭେଲା ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଛନ୍ତି । ଗାଁକୁ ଭଲ ରାସ୍ତା ନିର୍ମାଣ ନେଇ ବାରମ୍ବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ହେଲେ ପ୍ରଶାସନ ସବୁଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିଛି।

Post a Comment

Previous Post Next Post