ବେଲପଡା ୬/୫ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅଧିନସ୍ଥ ବେରବେରା ଗ୍ରାମର ଜୈନେକ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସୂଚନାନୁଯାୟୀ, ରବିବାର ବେରବେରା ଗ୍ରାମର ଗୋପବନ୍ଧୁ ସାହୁଙ୍କ ପୁଅ ରାଜୀବ ସାହୁ (30)ନିଜ ମୋଟର ସାଇକେଲ (ଗ୍ଲାମର )ଗାଡି ନଂ. OD26- B -9415 ବେଲପଡା ପଟୁ ନିଜ ଗାଁ ଅଭିମୁଖେ ଆସୁଥିବା ସମୟରେ ଗୋଟିଏ ଗଛରେ ପିଟି ହୋଇ ମୃତ୍ୟୁବରଣ କରିଛନ୍ତି । ରାସ୍ତାରେ ଯାଉଥିବା କିଛି ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ପହଞ୍ଚିବା ପରେ ଶବକୁ ଦେଖି ବେଲପଡା ପୋଲିସକୁ ଖବର ଦେଇଥିଲେ । ପୋଲିସ ଦୁର୍ଘଟଣା ସ୍ଥାନରେ ପହଞ୍ଚି ଶବକୁ ଜବତ କରି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି । ମୃତକ ରାଜୀବ ପରିବାରର ଜଣେ ରୋଜଗାରିଆ ପୁଅ ହୋଇଥିବାରୁ ତାଙ୍କ ସ୍ତ୍ରୀ, ଦୁଇ ସନ୍ତାନ ଏବଂ ପରିବାର ଉପରେ ପ୍ରତିପୋଷଣ କରିବା ପାଇଁ ସବୁ ଅନ୍ଧକାରମୟ ହୋଇ ପଡିଛି । ତେଣୁ ତାଙ୍କ ପରିବାରକୁ ସରକାରୀ ସହାୟତାରେ ସାମିଲ କରିବାକୁ ଗ୍ରାମବାସି ଦାବି କରୁଛନ୍ତି ।

Post a Comment