ଖଡ଼ିଆଳ ଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଜେପି ର ଜଣେ କର୍ମୀଙ୍କୁ ଜଣେ ଅଧ୍ୟାପକ ଫୋନରେ ଧମକ ଦେଇଥିବା ଅଭିଯୋଗ


ନୁଆପଡ଼ା (ବିରବଳ ପ୍ରଧାନ) ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଜଣେ ବିଜେପି କର୍ମୀଙ୍କୁ ଜଣେ ଅଧ୍ୟାପକ ଫୋନରେ ଧମକ ଦେଇଥିବା ଅଭିଯୋଗ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଖଡ଼ିଆଳ ଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଜେପି ଜିଲ୍ଲା ଉପ ସଭାପତି ମୋହନ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ କର୍ମୀ ପ୍ରିୟରଞ୍ଜନ ମେହେର ସୂଚନା ପ୍ରଦାନ କରିଥିଲେ। ଅଭିଯୋଗ ଅନୁଯାୟୀ ସିନାପାଲି ବ୍ଲକ କୋଟାମାଲ ଗ୍ରାମର ଗଗନ ବିହାରୀ ଧାକଡ ଯିଏ କି ଜଣେ ବିଜେପି କର୍ମୀ ତାଙ୍କୁ ସିନାପାଲି କଲେଜର ଇତିହାସ ଅଧ୍ୟାପକ ବ୍ରଜ ମୋହନ ଧାକଡ ଫୋନ୍ ରେ ଧମକ ଦେଇଥିଲେ। ତୁ ବିଜେପି ର ପ୍ରଚାର କରୁଛୁ, ତୋତେ ଗାଆଁ ରୁ ବାହାର କରିଦେବି, ତୁ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କ ଏରିଆ ରେ ଦୋକାନ ଦେଇଛୁ, ତାଙ୍କୁ କହି ଦୋକାନ ଭାଙ୍ଗିଦେବି ଆଦି ସେ ଫୋନରେ କହିଥିବା ଶୁଣିବାକୁ ମିଳୁଛି।ଏନେଇ ଗଗନ ଓ ବିଜେପି କାର୍ଯ୍ୟକର୍ତ୍ତା ସିନାପାଲି ଥାନାରେ ଏଫ୍ ଆଇ ଆର ଦେଇଛନ୍ତି। ଜଣେ ସରକାରୀ କର୍ମଚାରୀ ହୋଇ ବିଜେଡ଼ି ପାଇଁ କାମ କରୁଥିବାରୁ ତାଙ୍କୁ ନିଲମ୍ବିତ ସହ ଧମକ ଚମକ ଦେଉଥିବାରୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ତରଫରୁ ଦାବି କରାଯାଇଛି।

Post a Comment

Previous Post Next Post