ନୂଆପଡ଼ା ବିଧାନସଭା ରେ ସ୍ବାଧୀନ ପ୍ରାର୍ଥୀ ଙ୍କ ନିର୍ବାଚନ ପ୍ରଚାର, ବିପୁଳ ଜନ ସମୁଦ୍ର, ଭିନ୍ନ ଢ଼ଙ୍ଗରେ ସମର୍ଥନ, ଗାଁ ଗାଁ ରେ ଟଙ୍କା ଚାଉଳ ଦେଇ ବିଜୟର ଆଶୀର୍ବାଦ ପ୍ରଦାନ


ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲାର ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଆଦିବାସୀ ସମୂହ ଏକ ପ୍ରାର୍ଥୀ ଦେଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ରୂପେ ଘାସିରାମ ମାଝୀ ନିର୍ବାଚନ ମଇଦାନ ରେ ଅବତରଣ କରିଛନ୍ତି। ଅଳ୍ପ ଦିନ ପରେ ମତଦାନ ଅନୁଷ୍ଠିତ ହେବାକୁ ଯାଇଅଛି। ପ୍ରଚାର ପ୍ରସାର ପାଇଁ ମାତ୍ର ୫ ଦିନ ରହିଛି। ଆଦିବାସୀ ପ୍ରାର୍ଥୀ ରୂପେ ଘାସିରାମ ମାଝୀଙ୍କୁ ବିପୁଳ ଜନ ସମୁଦ୍ର, ଭିନ୍ନ ଢ଼ଙ୍ଗରେ ସମର୍ଥନ ଦେଉଥିବା ବେଳେ ଗାଁ ଗାଁ ରେ ଟଙ୍କା ଚାଉଳ ଦେଇ ବିଜୟର ଆଶୀର୍ବାଦ ପ୍ରଦାନ କରିଥିବା ଦେଖାଯାଉଛି। ଏହା ନିର୍ବାଚନ ଓ ଗଣତନ୍ତ୍ରର ପ୍ରକୃତ ଆଧାର ଅଟେ। ବିଧାୟକ ପ୍ରାର୍ଥୀ ମାନେ ବିଜୟ ନେଇ ଅନେକ ଉପାୟ ଅବଲମ୍ୱନ୍ କରୁଥିବା ବେଳେ ଗ୍ରାମ ଗ୍ରାମ ରେ ଭିଡ ଜମାଇବା ପାଇଁ ସୀମାନ୍ତ ଛତିଶଗଡ଼ ରାଜ୍ୟ ପ୍ରଭାବ ଥିବା ଯୋଗୁଁ ଛତିଶଗଡ଼ି ନାଚା ଅନୁଷ୍ଠିତ ହେଉଅଛି। ଆସନ୍ତା ୧୩ ତାରିଖ ଦିନ ନିଜ ମତ ଦେଇ ନିଜ ପସନ୍ଦ ର ପ୍ରାର୍ଥୀଙ୍କୁ ବିଜୟ ପାଇ ବଟନ୍ ଦବାଇ ଭୋଟ ଦେବେ। ଏହି ସମର୍ଥନ ଯଦି ଭୋଟ ରେ ପରିଣତ ହେଲେ ଫଳାଫଳ ନିଶ୍ଚୟ ଭଲ ହେବ।

Post a Comment

Previous Post Next Post