ନୂଆପଡା (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିଲେ ।5ଟି ରୁପାନ୍ତିକରଣ ଗ୍ୟାରେଣ୍ଟି ବିଜେଡି ନିଜର ମୁଦ୍ଦା କରି ଭୋଟ ହାତେଇବା ପାଇଁ ପ୍ରୟାସ କରିଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟସ୍ଥ ପଡିଆ ରେ ଅବତରଣ କରି ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ।ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରି ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲିବା ମୋତେ ଭୋଟ ଦେବା ପାଇଁ ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ ।ପରେ ପାଣ୍ଡିଆନ ବିଜେପି ଙ୍କୁ ଟାର୍ଗେଟ କରି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ପାରିଲା ନାହିଁ,ପଡୋଶୀ ରାଜ୍ୟ ରେ ଡବଲ ଇଞ୍ଜିନ ସରକାର ଚାଲିଥିଲା ମଝି ରେ ତେଲ ସରିଗଲା ପୁଣି ଡବଲ ଇଞ୍ଜିନ ଚାଲିଛି ହେଲେ ଧକ୍କା ଦେବାକୁ ପଡ଼ିଛି ଏଥର ମଧ୍ୟ ଓଡ଼ିଶା ରେ ନବୀନ ଇଞ୍ଜିନ ଚାଲିବା ବୋଲି କହିଥିଲେ ।ଯୋଡ଼ି ଶଙ୍ଖ ରେ ଭୋଟ ଦେଇ ବିଧାନ ସଭା ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ ଓ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର୍ ନିଆଲଙ୍କୁ ବିଜୟ କରିବା କୁ ଆହ୍ବାନ କରିଥିଲେ ।ଏହି ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ନୂଆପଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ,ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment