ନିର୍ବାଚନୀ ସଂକଳ୍ପପତ୍ର ବିମୋଚନ ନେଇ ବିଜେପି ର ନୂଆପଡାରେ ସାମ୍ବାଦିକ ସମ୍ମିଳନୀ


ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ଜିଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟଠାରେ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାଜପା ଜିଲା ସଭାପତି ସୁବ୍ରତ ଠାକୁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଖବରଦାତା ସମ୍ମିଳନୀ କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା, ଭାଜପା ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ବାଳ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁନିତ ଅଗ୍ରୱାଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ପାଢୀ, ଯଦୁମଣି ପାଣିଗ୍ରାହୀ, ବିଧାନସଭା ପ୍ରଭାରୀ ଅଜିତ କିଶୋର ଚଲାନ, ଦେବଦେବ ସିଂଦେଓ, ସୁଶାନ୍ତ କୁମାର ପତି, କମଳେଶ ଦୀକ୍ଷିତ, ଗୋଲ୍ଡି ଅଗ୍ରୱାଲ, ସଞ୍ଜୟ ତିୱାରୀ ପ୍ରମୁଖ ଯୋଗଦେଇ ଭାଜପାର ସଂକଳ୍ପପତ୍ର ତଥା ରାଜ୍ୟ ସରକାରଙ୍କ ଅଭିଯୋଗପତ୍ର ଉନ୍ମୋଚନ କରିଥିଲେ । ପରେ ଏମ୍‌ପି ପଣ୍ଡା ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବର୍ଷିଥିଲେ। ଭାରତୀୟ ଜନତା ପାର୍ଟିର ୧୦ ବର୍ଷ ଶାସନରେ କୌଣସି ଗରିବ କଚ୍ଚା ଘରେ ରହିବେ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବ,ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁପକ୍କା ରାସ୍ତା, ଦୁଇ ଟିକିଆ ରାସ୍ତା ୪ ଟିକିଆ ରାସ୍ତାରେ ପରିଣତ, ୪ ଟିକିଆ ରାସ୍ତା ୬ ଟିକିଆ ରାସ୍ତାରେ ପରିଣତ କରାହେବ। ବେକାରୀଙ୍କୁ ନିଯୁକ୍ତି, ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ରେଳପଥ ଉନ୍ନତିକରଣ ଇତ୍ୟାଦି ଉପରେ ବିଶେଷ ଧ୍ୟାନ ଦିଆଯିବ। ଓଡ଼ିଶାରେ ଭାଜପା ଶାସନକୁ ଆସିଲେ ବିକାଶ ଦୁଇଗୁଣ ହୋଇଯିବ ଓ ବିକଶିତ ଓଡିଶାରେ ପରିଣତ ହେବ ବୋଲି ଖବରଦାତା ସମ୍ମିଲନୀରେ ପଣ୍ଡା ସୂଚନା ଦେଇଥିଲେ।

Post a Comment

Previous Post Next Post