ଖପ୍ରାଖୋଲ (ଗଣେଶ ଦାସ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଗମ୍ଭାରୀ ଗ୍ରାମରେ ଜଣେ ପୁରୁଷଙ୍କ ଆତ୍ମହତ୍ୟା ହୋଇଥିବା ଜଣା ପଡିଛି । ଆତ୍ମହତ୍ୟା କରିଥିବା କନିଷ୍କ ଗଡତ୍ୟା (୫୦) ବୋଲି ଜଣା ପଡିଛି । ଗୁରୁବାର ସକାଳ ୩ ଟା ସମୟରେ ଗୋଟିଏ ଗଛରେ ଶାଡିକୁ ବେକରେ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନାନୁଯାୟୀ ଗୁରୁବାର ରାତ୍ରୀ ପାଖାପାଖି ତିନିଟା ସମୟରେ ତାଙ୍କ ଚାଷ ଜମି ନିକଟରେ ଥିବା ଗୁହୁରିଆ ଗଛରେ ବେକରେ ଶାଢ଼ୀ ଲଗେଇ ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି । ଖବର ପାଇ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ପ୍ରକାଶଯେ ଗୁରୁବାର ସନ୍ଧ୍ୟା ସମୟରେ ମୃତକ ଏବଂ ତାଙ୍କ ପୁତୁରାଙ୍କ ମଧ୍ୟରେ ପାରିବାରିକ କଳହ ହୋଇଥିବା ଜଣାପଡିଛି । ଯାହା ଫଳରେ ମୃତକ କନିଷ୍କ ଏହିଭଳି କଠୋର ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଶୁଣିବାକୁ ମିଳୁଛି । କାରଣ ଯାହାବି ହେଉନା କାହିଁକି ଆତ୍ମହତ୍ୟା କୌଣସି ସମାଧାନ ନୁହେଁ, ନିଜ ପରିବାରର ଭବିଷ୍ୟତ ବାବଦରେ ଚିନ୍ତା ନକରି ଆତ୍ମହତ୍ୟା କରି ପୁରୁଷ ଜଣକ କଣ ପାଇଲେ ବୋଲି ଗ୍ରାମବାସୀ ଦୁଃଖର ସହିତ କହୁଛନ୍ତି । ଅନ୍ୟପଟେ ପରିବାର ଲୋକ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଶବକୁ ଧରି ଅପରାହ୍ନ ପର୍ଯ୍ୟନ୍ତ ରାସ୍ତା ପାଖରେ ବସି ରହିଥିଲେ ।
ବିଶ୍ୱସ୍ତ ସୂତ୍ରରୁ ଖବର ମିଳୁଛି ମୃତକ ଯେଉଁ ଶାଢ଼ୀରେ ଆତ୍ମହତ୍ୟା କରିଛି, ସେ ଶାଢ଼ୀ ନିଜ ସ୍ତ୍ରୀ ମୋର ନୁହେଁ ବୋଲି କହୁଛି । ପରେ ପରେ ପୋଲିସ ବୁଝା ସୁଝା କରିବାରୁ ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକେ ପୋଲିସକୁ ହସ୍ତାନ୍ତର କରିଥିଲେ । ଶବକୁ ବ୍ୟବଚ୍ଛେଦ ପରେ ପୋଲିସ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏନେଇ ଖପ୍ରାଖୋଲ ଥାନା ୟୁ ଡି କେସ ନଂ 05/24ରେ ଏକ ମାମଲା ଋଜୁ ହୋଇଥିବା ବେଳେ ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ସୂଚନା ଦେଇଛନ୍ତି ।
Post a Comment