ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଡ଼ାରମାଳ ପ୍ରହରୀ ମଣ୍ଡପ ଠାରେ ବି ଜେ ଡ଼ି ପ୍ରାର୍ଥୀ ଅଧୀରାଜ ମୋହନ ପାଣିଗ୍ରାହୀ ଙ୍କ ନିର୍ବାଚନ ପ୍ରଚାର ଉଦ୍ୟେଶ ରେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟା ଶ୍ରୀମତୀ ମନ୍ଦାକିନୀ ବଘେଲ ଙ୍କ ତତ୍ୱାବଧାନ ରେ ଆୟୋଜିତ ବ୍ଲକ ସ୍ତରୀୟ ମହିଳା ସମାବେଶ ରେ ୬୦୦୦ ହଜାରରୁ ଉର୍ଦ୍ଧ ମହିଳା ଯୋଗ ଦେଇଥିଲେ ।ଆୟୋଜିତ ସଭାରେ ବିଧାୟକ ବର୍ତମାନ ର ବି ଜେ ଡ଼ି ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ, ଦଳୀୟ ରାଜ୍ୟ ନିର୍ବାଚନ ପର୍ଯ୍ୟବେକ୍ଷିକା ସରୋଜିନୀ ରାଜ,ରାଜ୍ୟ ସଂଯୋଜକ ଦେବେଶ ଦାସ,ରାଜ୍ୟ ମହିଳା ସଭାନେତ୍ରୀ ଶେଫାଳି ସଲମା,ରାଜ୍ୟ ମହିଳା ସମ୍ପାଦିକା ଯଶୋବନ୍ତି ମେହେର,ଜିଲ୍ଲା ମହିଳା ସଭାନେତ୍ରୀ ସରସ୍ବତୀ ବାଗ,ଜିଲ୍ଲା ବି ଜେ ଡ଼ି ସଭାପତି ମନୋଜ ମିଶ୍ର,ନୂଆପଡା ଜିଲ୍ଲା ପରିଷଦ ଅଧକ୍ଷ୍ୟା ଡଲି ମାଝୀ,ଜିଲ୍ଲା ପରିଷଦ ଯାଜ୍ଞସେନୀ କଟା,ସିନାପାଲି ବ୍ଲକ ଉପାଧ୍ୟକ୍ଷା ମିନା ଘିଭେଲା,୧୨ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ଗୁଆଳ, ସରପଞ୍ଚ ଶ୍ରୀମତୀ ଯାଜ୍ଞସେନୀ ଭୋଇ, ପ୍ରମୁଖ ମଂଚାସୀନ ଥିଲେ,।ସମସ୍ତେ ନିଜ ନିଜ ବକ୍ତବ୍ୟରେ ନାରୀ ସଶକ୍ତି କରଣ ଓ ନାରୀଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ତଥା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ନାରୀଙ୍କୁ ସ୍ୱାବଲମ୍ବୀ କରିବାରେ ନବୀନ ସରକାରଙ୍କ ଭୂମିକା ଅତୁଳନୀୟ ବୋଲି ପ୍ରକାଶ କରିଥିଲେ ।ଏଥର ଡବଲ ଶଙ୍ଖ ରେ ଭୋଟ ଦେବା ପାଇଁ ନିଜେ ବିଧାୟକ ପ୍ରାର୍ଥୀ ଉପସ୍ଥିତ ସମସ୍ତ ମହିଳା ଓ ଅନ୍ୟାନ୍ୟ ସାଧାରଣ ଜନତାଙ୍କୁ ହାତ ଯୋଡି ଅନୁରୋଧ କରିଥିଲେ ।ସମାବେଶରେ ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତରର ସମସ୍ତ ବି ଜେ ଡ଼ି ପଦାଧିକାରୀ ରହିବା ସହ ସହଯୋଗ କରିଥିଲେ । କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।ମନ୍ଦାକିନୀ ବଘେଲ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ବି ଜେ ଡ଼ି ବ୍ଲକ ସଭାପତି ଗରୁଡ଼ ଧ୍ୱଜ ବେହେରା ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment