କୋରାପୁଟ : (ଆଜତକ୍ ଓଡ଼ିଶା) ପବିତ୍ର ରାମ ନବମୀ ଅବସରରେ ସାରା କୋରାପୁଟ ସହର ଉତ୍ସବମୁଖର ହୋଇଉଠିଅଛି । ଆଜି ପବିତ୍ର ଶ୍ରୀରାମ ନବମୀ । ସବୁଠି ଶୁଭୁଛି ରାମ ନାମ । ରାମ ଧ୍ୱନୀରେ ଉତ୍ସବ ମୁଖର ହୋଇ ଉଠିଛି ସାରା ରାଜ୍ୟ । ପ୍ରଭୁ ଶ୍ରୀରାମଙ୍କୁ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର କୁହାଯାଏ । ଭକ୍ତି, ଉପାସକ, ତପସ୍ୟା, ସତ୍ୟ, ବଳିଦାନ, ପ୍ରେମ ଏବଂ କର୍ତ୍ତବ୍ୟର ଏକ ଜୀବନ୍ତ ଉଦାହରଣ ଶ୍ରୀ ରାମ । ମହର୍ଷି ବାଲ୍ମିକୀ ହୁଅନ୍ତୁ ଅବା ଗୋସ୍ୱାମୀ ତୁଳସୀ ଦାସ ହୁଅନ୍ତୁ, ଉଭୟ ଶ୍ରୀ ରାମଙ୍କ ଆଦର୍ଶ ଚରିତ୍ରକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ଭଗବାନ ରାମଙ୍କୁ ପୂଜା କରିବା କେବଳ ମଣିଷର ସମସ୍ତ ଅସୁବିଧାକୁ ସମାପ୍ତ କରେ ନାହିଁ, ବରଂ ମଣିଷ ମନରେ ସକରାତ୍ମକତା ଆସିଥାଏ । ଶୁଭ ସମୟରେ ଭଗବାନ ଶ୍ରୀ ରାମଙ୍କୁ ପୂଜା କରି ଭକ୍ତ ଶୁଭ ଫଳ ପାଇଥାଏ । ଏହି ଅବସରରେ ଆଜି କୋରାପୁଟର ବିଭିନ୍ନ ଶ୍ରୀରାମ ମନ୍ଦିର ତଥା ହନୁମାନ ମନ୍ଦିରରେ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲିକ୍ଷିତ ହୋଇଅଛି l ଭକ୍ତ ତଥା ଶ୍ରଦ୍ଧାଳୁ ଶ୍ରୀରାମଙ୍କୁ ଦର୍ଶନ କରି ଅପୂର୍ବ କୃପା ତଥା ଆଶୀର୍ବାଦ ଲାଘବ କରିଅଛନ୍ତି ।

Post a Comment