ସାଇକେଲ ଚୋରିରେ ଜଣେ ଗିରଫ ; ସାଇକେଲ ଉଦ୍ଧାର


ଖପ୍ରାଖୋଲ ୭/୪ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଗମ୍ଭାରୀ ଗ୍ରାମରୁ ସାଇକେଲ ଚୋରୀ କରିଥିବା ଅଭିଯୋଗରେ ଖପ୍ରାଖୋଲ ପୋଲିସ କଂସାପଲା ଗ୍ରାମର ମୁନା କୁମ୍ଭାର (୧୯) କୁ ଶନିବାର କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତ ଠାରୁ ଅନ୍ୟ ଦୁଇଟି ଚୋରୀ ସାଇକେଲ ଉଦ୍ଧାର ହୋଇଥିବା ଜଣାଯାଇଛି। ଅଭିଯୋଗ ଅନୁସାରେ ଗମ୍ଭାରୀ ଗ୍ରାମର ସୁରଥ ସାହୁ ନିଜ ଘର ସମ୍ମୁଖରେ ନିଜ ସାଇକେଲ ରଖିଥିବା ବେଳେ କେହି ଜଣେ ଚୋରି କରି ନେଇଥିଲେ। ପରେ ପରେ ଖୋଜା ଖୋଜି କଲା ପରେ କଂସାପଲା ଗ୍ରାମର ମୁନା କୁମ୍ଭାର ଚୋରିକରିଥିବା ଜାଣି ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ଖପ୍ରାଖୋଲ ପୋଲିସ ଚଢ଼ାଉ କରି ଅଭିଯୁକ୍ତ ମୁନାକୁ ଗିରଫ କରିବା ସହିତ ଚୋରି ହୋଇଥିବା ସାଇକେଲ ସହିତ ଅନ୍ୟ ଦୁଇଟି ସାଇକେଲ ଉଦ୍ଧାର କରିଥିବା ବେଳେ ଖପ୍ରାଖୋଲ ଥାନା କେସ ନମ୍ୱର୍ ୯୫/୨୦୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି ।

Post a Comment

Previous Post Next Post