ନୂଆପଡ଼ା, ୧।୭ : ଓଡ଼ିଶା-ଛତିଶଗଡ଼ ରାଜ୍ୟ ସୀମାନ୍ତରେ ମାଓ କ୍ୟାମ୍ପ ଠାବ । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଝୋଲାପଡ଼ା ନିକଟରୁ ଏହି ମାଓ କ୍ୟାମ୍ପ ଠାବ ହୋଇଛି। ଘଟଣାସ୍ଥଳରୁ ପୋଲିସ ହାତ ତିଆରି ଗ୍ରେନେଡ ସହ ବିପୁଳ ମାଓ ସାମଗ୍ରୀ ଜବତ କରିଛି। ଏନେଇ ଏସପି ଜିଆର ରାଘବେନ୍ଦ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶୁଚନାନୁଯାୟୀ, ଛତିଶଗଡ଼ ସୀମାନ୍ତ ସିନାପାଲି ଥାନା ଅନ୍ତର୍ଗତ ପାଟଦରା ସଂରକ୍ଷିତ ଜଙ୍ଗଲ ଝୋଲାପଡା ଗାଁ ନିକଟରେ ମାଓବାଦୀମାନେ ଲୁଚି ରହିଥିବା ପୁଲିସକୁ ଗୁଇନ୍ଦା ସୂତ୍ରରୁ ଖବର ପାଇଥିଲା। ପାଟଦରା ସଂରକ୍ଷିତ ଜଙ୍ଗଲରେ ମେନପୁର-ନୂଆପଡା ଡିଭିଜନର ସଶସ୍ତ୍ର ମାଓବାଦୀମାନେ ମେଳି ବାନ୍ଧି ଥିଲେ। ସେଠାରେ ମାଓବାଦୀମାନେ ଏକ କ୍ୟାମ୍ପ କରି ବଡ ଧରଣର ଅଘଟଣ ଘଟେଇବା ପାଇଁ ଯୋଜନା କରୁଥିଲେ। ଏସପି ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶ କ୍ରମେ ସିଆରପିଏଫ, ଏସଓଜି ଓ ଡିଭିଏଫ ଯବାନଙ୍କ ମିଳିତ ଭାବେ କୁମ୍ବିଂ ଅପରେସନ କରାଯାଇଥିଲା। କୁମ୍ବିଂ ଅପରେସନ ଖବର ପାଇ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ପୋଲିସ ହାତ ତିଆରି ଗ୍ରେନେଡ ସହ ବିପୁଳ ମାଓ ସାମଗ୍ରୀ ଜବତ କରିଛି।
ଓଡ଼ିଶା-ଛତିଶଗଡ଼ ରାଜ୍ୟ ସୀମାନ୍ତରେ ମାଓ କ୍ୟାମ୍ପ ଠାବ
ଆଜତକ ଓଡ଼ିଶା
0
Post a Comment