ନୁଆପଡ଼ା ଜିଲ୍ଲାରେ ସୂର୍ଯ୍ୟର ପ୍ରକୋପ


ନୁଆପଡ଼ା:-( ବିରବଲ ପ୍ରଧାନ)ନୂଆପଡ଼ା ଜିଲ୍ଲାରେ ଗତ କିଛି ଦିନ ହେଲା ତାପମାତ୍ରା ଲଗାତାର ବୃଦ୍ଧି ପାଉଥିବା ବେଳେ ବତ୍ତର୍ମାନ ତାପମାତ୍ରା ୪୦ଡିଗ୍ରୀଅତିକ୍ରମ କରିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତାପମାତ୍ରା ୩୭ ଡିଗ୍ରୀ ଥିବା ବେଳେ ତିନି ଚାରି ଦିନ ହେବ ହଠାତ ୪୦.୫ ଡିଗ୍ରୀ ବଢ଼ିଥିଲା। ପ୍ରବଳ ଖରା ଯୋଗୁଁ ଦିନ ବେଳା ରାସ୍ତାଘାଟ ଶୁନଶନ ହେବା ସହ ଜିଲ୍ଲାବାସୀ ଘରୁ ବାହାରକୁ ବାହାରିବା ପାଇଁ ଭୟ କରୁଛନ୍ତି। ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରୀଷ୍ମକୁ ଦୃଷ୍ଟିରେ ରଖି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୫ଟି ବ୍ଳକରେ ଜଳଛତ୍ର ଖୋଲାଯାଇଛି। ହେଲେ ଅଞ୍ଚଳବାସୀ ପାନୀୟ ଜଳ ପାଇଁ ଡହଳବିକଳ ହେଉଥ‌ିବା ଦେଖିବାକୁ ମିଲିଛି ।ନୂଆପଡ଼ା ଜିଲ୍ଲାରେ ତାପମାତ୍ର ବୃଦ୍ଧିକୁ ଦେଖି ୫ ତାରିଖ ଠାରୁ ଅରେଞ୍ଜ ଞ୍ଜାର୍ଣ୍ଣି ଜାରି କରାଯାଇଥିବା ଭୁବନେଶ୍ବର ପାଣିପାଗ ବିଭାଗରୁ ସୂଚନା ମିଳିଛି। ତାପମାତ୍ରା ବୃଦ୍ଧିକୁ ନେଇ ଜିଲ୍ଲାପାଳ ଜିଲ୍ଲାର ୫ଟି ବ୍ଲକର ବିଡିଓ ଓ ତହସିଲଦାରଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Post a Comment

Previous Post Next Post