ସୁନାଦେଈଙ୍କ ଆଶୀର୍ବାଦ ଲାଭ କରି ଭାଜପାର ନୂଆପଡ଼ା ବିଧାନସଭା ପ୍ରାର୍ଥୀ ପାଇଁ ପ୍ରଚାର ଆରମ୍ଭ


ନୁଆପଡ଼ା/କୋମନା:-( ବିରବଲ ପ୍ରଧାନ)ନୂଆପଡା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ମଧ୍ୟରୁ ଶୁକ୍ରବାର ଠାରୁ ଭାଜପା  ପ୍ରଚାର କାର୍ଯ୍ୟ ଆରମ୍ଭ କରିଛି। ମା ସୁନାଦେଈଙ୍କ ପାଖରେ ପୂଜା ଅର୍ଚ୍ଚନା ଓ ପ୍ରାର୍ଥନା କରି ଆଶୀର୍ବାଦ ଭିକ୍ଷା ପରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି ଭାଜପା ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା। ଭାଜପା ପ୍ରାର୍ଥୀ ଭାବେ ନୂଆପଡା ନିର୍ବାଚନମଣ୍ଡଳୀରେ ଛିଡା ହୋଇଛି, ଆପଣମାନଙ୍କ ପୂର୍ଣ୍ଣ ଆଶୀର୍ବାଦ କଲେ ମୁଁ ବିଜୟୀ ହୋଇ ସବୁ ସମସ୍ୟାର ସମାଧାନ କରିବା ସହ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସବୁ ଲୋକଙ୍କ ପାଖରେ ପ‌ହଞ୍ଚାଇବି ଓ ଲୋକଙ୍କ ଦୁଃଖ ସୁଖର ସାଥୀ ହେବି ବୋଲି ଅଭିନନ୍ଦନ କହିଛନ୍ତି।ଦଳୀୟ କର୍ମୀଙ୍କୁ ସାଙ୍ଗରେ ଧରି ଉପାନ୍ତଅଞ୍ଚଳ ଘରକୁ ଘର ଯାଇ  ସୁନାବେଡା, ଗାତିବେଡା ଗାଁ ବୁଲିବା ସହ  ଘରକୁ ଘର ଯାଇ ସମସ୍ୟା  ବୁଝିବା ସହ କେନ୍ଦ୍ର ସରକାରଙ୍କ ଜନହିତକାରୀ ଯୋଜନା ଉପରେ ଭୋଟରଙ୍କୁ ବୁଝାଇ ଭାଜପା ସରକାର ପୁଣି କ୍ଷମତାକୁ ଆସିଲେ, ପ୍ରତ୍ୟେକ ପଞ୍ଚାୟତରେ ଯୁକ୍ତ ୨ ପର୍ଯ୍ୟନ୍ତ ଖୋଲିବା, ୩ ହଜାର ଏକ ଶହ ଟଙ୍କା ଧାନ କୁଇଣ୍ଟାଲ, ୩ ଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ ଛାଡ, ମାତୃ ବନ୍ଦନା ଯୋଜନାରେ ମହିଳାମାନଙ୍କୁ ବର୍ଷକୁ ୧୨ ହଜାର ଟଙ୍କା ସହାୟତା, ମାଗଣା ଚାଉଳ  ବଳବତର ରହିବ, ଗାଁ ଠୁ ସହର ପର୍ଯ୍ୟନ୍ତ ପକ୍କା ରାସ୍ତା, ପ୍ରଧାନମନ୍ତ୍ରୀ ସଡକ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ପରିବାରଙ୍କୁ ସାମିଲ, ଗାଁ ଗାଁକୁ ବିଶୁଦ୍ଧ ପାନୀୟ ଜଳ, ସ୍ବାସ୍ଥ୍ୟ ସମସ୍ୟା ଆଦି ଉପରେ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରାଯିବ ବୋଲି  ଅଭିନନ୍ଦନ ଭୋଟ ପ୍ରଚାର କରୁଛନ୍ତି।

Post a Comment

Previous Post Next Post