ବାଲେଶ୍ବର,୫/୧୧ (ଲକ୍ଷ୍ମୀଧର ବାରିକ): ପୁରୀ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଓ ବାଲେଶ୍ୱର କମିଟିର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଶ୍ରୀଜଗନ୍ନାଥ ଜୀଉ ବିଜେ ଶାସଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ଜିଲ୍ଲା ସଭାପତି ଭବାନୀ ଶଙ୍କର ଦାଶ ସଭାପତିତ୍ୱ କରି ପ୍ରତିଷ୍ଠାନର ମୂଳ ଉଦ୍ଦେଶ୍ୟ ଓ କାର୍ଯ୍ୟଧାରା ଉପରେ ଆଲୋଚନା କରିଥିଲେ। ସମ୍ପାଦକ ନିତ୍ୟାନନ୍ଦ କର ୨୦୨୨-୨୩ ମସିହାର ପ୍ରତିଷ୍ଠାନ ଦ୍ୱାରା ଜିଲ୍ଲାରେ କାରାଯାଇଥିବା କାର୍ଯ୍ୟକ୍ରମ ବିଷୟରେ ବିବରଣୀ ଦେଇଥିଲେ। ସେହିପରି ଉତ୍ତରାଞ୍ଚଳ ସମ୍ପାଦକ ବିକାଶ କୁମାର ଦାସ ପ୍ରତିଷ୍ଠାନର ଜିଲ୍ଲା କମିଟି ଦ୍ୱାରା ଆଗକୁ କଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ସେବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସର୍ବସମ୍ମତି କ୍ରମେ ୨୦୨୪ ଜାନୁଆରିରେ ଏକଦିବସୀୟ ସେବାୟତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଶ୍ରୀଜୀଉଙ୍କର ବିଶ୍ବବ୍ୟାପୀ ପ୍ରଚାର ପ୍ରସାର ସୂଚନା ବିଜ୍ଞାନ ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଯୁବ ସୂଚନା ବିଜ୍ଞାନ ବୈଜ୍ଞାନିକ ଶୁଭମ ପାଣି ସମସ୍ତଙ୍କୁ ସଚେତନ କରାଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୁମୁଦ ରଞ୍ଜନ ଗିରି, ମନୋଜ ପ୍ରଧାନ, ପ୍ରଭାସ ଦାସ, ବିଜୟ କର, ନକୁଳ କର, ବିସ୍ମୟ ନାୟକ, ରମେଶ ଦାସ, ଅକ୍ଷୟ ଦାସ, ବିଦ୍ୟୁତପ୍ରଭା ଦାସ, ଅନୁପମା ଦାସ, ତିଲୋତ୍ତମା ଦାସ, ବିରଞ୍ଚି ପଣ୍ଡା, ସନାତନ ଦାସ, ପ୍ରଶାନ୍ତ ମହାପାତ୍ର, ସତ୍ୟନାରାୟଣ ମହାପାତ୍ର, ବ୍ରଜକିଶୋର ବାରିକ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ବୈଠକ ପ୍ରାରମ୍ଭରେ ଶ୍ରୀଜଗନ୍ନାଥ ଧ୍ୟାନ ମନ୍ତ୍ର ଓ ଶେଷରେ ଶାନ୍ତି ପାଠ କରାଯାଇଥିଲା।

Post a Comment