ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ବିଧାନସଭା ମଣ୍ଡଲୀରେ ଆଦିବାସୀ ସମାଜ ବଳ ଗୋଟାଇବାରେ ଲାଗିଛି। ଆଗାମୀ ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ତିନି ପ୍ରମୁଖ ପ୍ରାର୍ଥୀଙ୍କ ପାଇଁ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି ଭାରି ପଡ଼ିବେ ବୋଲି ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ ଗୋଡ଼ ଫୁଲା କଲେଜଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବୈଠକ ହୋଇଯାଇଛି । ନୂଆପଡ଼ା ବ୍ଳକ ଗୋଣ୍ଡସମାଜ ସଭାପତି ଲାଲସିଂ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଭାରତୀୟ ଗୋଣ୍ଡଓ୍ବାନା ଗୋଣ୍ଡ ମହାସଭା ଉପସଭାପତି ଖାମସିଂ ମାଝି, ସମ୍ମାନିତ ଅତିଥି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ତଥା ବିଧାୟକ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି, ଗୋଣ୍ଡସମାଜ ଜିଲ୍ଲା ସଭାପତି ଦିବ୍ୟସିଂ ମାଝି, ନୂଆପଡ଼ା ବ୍ଳକ ସଭାପତି ଭକ୍ତ ବନ୍ଧୁ ଧରୁଆ, ହୋମସିଂମାଝୀ, ଭାନୁ ପ୍ରତାପ ସିଂ ମାଝୀ, ସରୋଜିନି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବିଧାନସଭା କ୍ଷେତ୍ରରେ ୧ ଲକ୍ଷ ୩ହଜାର ଆଦିବାସୀ ଭୋଟର ଅଛନ୍ତି । ହେଲେ ସବୁ ଦଳ ଆଦିବାସୀଙ୍କୁ ସର୍ବଦା ଅଣଦେଖା କରିଛି। ବିଗତ ଦିନରେ ଜିଲ୍ଲାର ୧୨ ଜାତିର ଆଦିବାସୀ ସମାଜ ଏକତ୍ରିତ ହୋଇ ଶକ୍ତି ପ୍ରଦର୍ଶନ କରିବା ସହ ଘାସିରାମଙ୍କୁ ସ୍ବାଧୀନ ପ୍ରାର୍ଥୀ ଘୋଷଣା କରିଥିଲେ। ନିର୍ବାଚନରେ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ବିରୋଧରେ ଆଦିବାସୀ ଲଢ଼େଇ କରିବେ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଶପଥ ନେଇଛନ୍ତି। ଆଗାମୀ ଦିନରେ ନୂଆପଡ଼ା ଓ କୋମନା ବ୍ଳକରେ ସର୍କଲସ୍ତରରେ ସଭାସମିତି କରି ଘାସିରାମଙ୍କ ପାଇଁ ସମର୍ଥନ ମାଗିବାକୁ ନିଷ୍ପତ୍ତି ହୋଇଛି। ପ୍ରତି ଆଦିବାସୀଙ୍କ ଘରୁ ଗୋଟିଏ କେଜି ଚାଉଳ , ୫୦ଟଙ୍କା ଓ ଗୋଟିଏ ହଳଦୀ ଖଣ୍ଡ ଦାନସ୍ବରୂପ ସଂଗ୍ରହ ହେବ। ପ୍ରତି ସର୍କଲରୁ ସମାଜର ସଂଗୃହୀତ ୫୦ହଜାର ଟଙ୍କା ସ୍ବାଧୀନ ପ୍ରାର୍ଥୀଙ୍କ ପାଇଁ ଦାନଦେବାକୁ ସର୍କଲପ୍ରମୁଖ ଘୋଷଣା କରିଛନ୍ତି । ସମାଜର ପୁରୁଷ ଓ ମହିଳା କୌଣସି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର, ଶାଭାଯାତ୍ରା ଓ ଦଳୀୟ କାର୍ଯ୍ୟକ୍ରମରେ ଭାଗ ନ ନେବାକୁ ସଂକଳ୍ପ ନେଇଥିଲେ। ରାଜନୈତିକ ଦଳର ପ୍ରଚାରକଲେ କି ସମାଜର ନିୟମକୁ ଅବମାନନା କଲେ ଜାତି ଓ ସମାଜରୁ ବାସନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Post a Comment