ମିଛାପାଲି ରେ ଆଦିବାସୀମେଲି, ଦଳୀୟ ପ୍ରାର୍ଥୀଙ୍କୁ ଆଦିବାସୀ ସହଯୋଗ କଲେ କାର୍ଯ୍ୟାନୁଷ୍ଠାନ


କୋମନା (ବିରବଲ ପ୍ରଧାନ) ନୂଆପଡା ବିଧାନସଭା କ୍ଷେତ୍ରରେ ଆଦିବାସୀ ସଙ୍ଗଠନ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି। ୨୦୨୪ ସାଧାରଣ ନିର୍ବାଚନରେ ବିଜୟୀ ହେବା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି। ଆଦିବାସୀଙ୍କୁ ସ୍ବାଧୀନ ଭାବରେ ପ୍ରାର୍ଥୀ କରି ବିଜୟୀ କରି ବିଧାନସଭାକୁ ପଠାଇବୁ ବୋଲି ଗଣ୍ଡ ସମାଜର ଇଷ୍ଟ ଦେବତା ବୁଢାଦେଓ ଠାରେ ଶପ‌ଥ ନେଉଛନ୍ତି। ଶନିବାର କୋମନା ବ୍ଲକ ମିଛାପାଲିଠାରେ ଆଦିବାସୀମାନଙ୍କ ଏକ ମହାମେଳି ଅନୁଷ୍ଠିତ ହୋଇଯାଇଛି । ଗଣ୍ଡ ସମାଜ ଜିଲା ସଭାପତି ଦିବ୍ୟସିଂ ମାଝିଙ୍କ ଅଧ୍ଯକ୍ଷତାରେ ଆୟୋଜିତ ସଭାରେ ଘାସିରାମ ମାଝି, ଖାମସିଂ ମାଝି, ସୋମନାଥ ଖମାରି, ଭାନୁ ପ୍ରତାପ ସିଂ ମାଝି, ହେମଦେବ ମାଝି, ସରୋଜିନୀ ମାଝି, ଅନୁପ ସିଂ ମାଝି, ଚିତ୍ତରଞ୍ଜନ ବନଗୋଳା ପ୍ରମୁଖ ଅତିଥ୍ ଭାବରେ ଯୋଗଦେଇ ମଞ୍ଚାସୀନ ଥିଲେ। ଆଦିବାସୀଙ୍କୁ ଅଣଦେଖା କରି କୌଣସି ଦଳ ଟିକେଟ ନ ଦେବାରୁ ଜିଲାରେ ୧୨ ଜାତିର ଆଦିବାସୀ ସମାଜ ଏକତ୍ରିତ ହୋଇ ଶକ୍ତି ପ୍ରଦର୍ଶନ କରିବା ସହ ଘାସିରାମ ମାଝିଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି। ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝିଙ୍କୁ ବିଜୟୀ କରିବୁ ବୋଲି ଶପଥ ନେଇଛନ୍ତି ।

ଆଦିବାସୀ ସମାଜର ମହିଳା କିମ୍ବା ପୁରୁଷ କୌଣସି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର, ଶୋଭାଯାତ୍ରା ଓ ଦଳୀୟ କାର୍ଯ୍ୟକ୍ରମରେ ଭାଗ ନ ନେବା ପାଇଁ ସଂକଳ୍ପ ନେଇଛନ୍ତି। କୌଣସି ରାଜନୈତିକଦଳରେ ପ୍ରଚାର କଲେ କିମ୍ବା ସମାଜର ଅବମାନନା କଲେ ସମାଜର ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପରି ନେଇଛନ୍ତି। ସନ୍ତରାମ ମାଝି ମଞ୍ଚ ପରିଚାଳନା କରିଥିବାବେଳେ ବଂଶୀଧର ଧରୁଆ, ଭକ୍ତବନ୍ଧୁ ଧରୁଆ, କମଲେଶ ଠାକୁର, ଭକ୍ତରାମ ଶବର, ପଦ୍ମନୀମାଝି, ସୁରସିଂ ମାଝି, ସୁମିତ୍ରା ମାଝି, ସସ୍ମିତା ମାଝି, ଦୁଲୁରାମ ମାଝି, ଦୁର୍ଗା ପ୍ରସାଦ ମାଝି ପ୍ରମୁଖ ସହଯୋଗ କରିଥିଲେ।

Post a Comment

Previous Post Next Post