ବେକରେ ଶାଢ଼ୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା


ଖପ୍ରାଖୋଲ :୧୫/୪ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଗମ୍ଭାରୀ ଗ୍ରାମରେ ଜଣେ ଯୁବକ ଘର ଭିତରେ ବେକରେ ଶାଢ଼ୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁର କାରଣ ଜଣା ପଡି ନ ଥିବାବେଳେ ମଧ୍ୟ ପରିବାର ଭିତରେ କୌଣସି ମନାନ୍ତର ନ ଥିବା ନିଜ ସ୍ତ୍ରୀ ଅମ୍ବିକା କହିଛନ୍ତି । ଗତ ଶନିବାର ରାତ୍ର ୨ ଟା ପରେ ଘର ଭିତରୁ କବାଟ ବନ୍ଦ କରି ଆତ୍ମହତ୍ୟା କରିଥିଲେ । ମୃତକ ଜଣକ ମନ୍ତ ଝାଙ୍କର (୩୫)ବୋଲି ଜଣା ପଡିଛି । ଖବର ପାଇ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଖପ୍ରାଖୋଲ ପୋଲିସ ଖବର ପାଇ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲେ । ସିଏ ଦୈନିକ ମଜୁରୀ କରି ପରିବାର ଭରଣ ପୋଷଣ କରୁଥିବା ବେଳେ ବର୍ତ୍ତମାନ ଘର କିପରି ଚଲିବ ତାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି । ମୃତକଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ  ଗ୍ରାମବାସୀ ନିବେଦନ କରିଛନ୍ତି । ଏନେଇ ଖପ୍ରାଖୋଲ ପୋଲିସ ୟୁଡି କେଶ ନଂ ୦୩/୨୪ ରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତ୍ର ସୂଚନା ଦେଇଛନ୍ତି ।

Post a Comment

Previous Post Next Post