ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ବିଜେଡ଼ି ର ସମ୍ବର୍ଦ୍ଧନା ସଭା ଏବଂ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ଏକ ବିଶାଳ ବାଇକ୍ ରେଲି ଅନୁଷ୍ଠିତ ହୋଇଥିବା ବେଳେ ମାଁ ଠାକୁରାଣୀ ମନ୍ଦିର ଠାରୁ ରେଳି ବାହାରି ଖଡିଆଳ ନଗର ପରିକ୍ରମା କରିଛି। କଳାହାଣ୍ଡି ବିଜେଡ଼ି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ଖଡିଆଳ ବିଧାୟକ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଏବଂ ନୂଆପଡ଼ା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ପ୍ରମୁଖ ସାମିଲ ହୋଇଥିଲେ। ଅଞ୍ଚଳ ର ବିକାଶ, ନବୀନ ପଟ୍ଟନାୟକ ଙ୍କ ଜନ କଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କ ପାଖକୁ ପହଞ୍ଚିଥିଲେ। ଖଡିଆଳ କୁ ରେଳ ପଥ ସଂଯୋଗ ମୁଖ୍ୟ ପ୍ରାଥମିକତା ରହିଅଛି ବୋଲି ମତବ୍ୟକ୍ତ କରିଥିଲେ। ଅଗ୍ରସେନ ଭବନ ଠାରେ ସମ୍ବର୍ଦ୍ଧନା ସଭା ଏବଂ ସଙ୍କଳ୍ପ ସମାବେଶ ରେ ଯୋଗ ଦେଇଥିଲେ।

Post a Comment