ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ସହ ଦଳ ବିପୁଳ ସଂଖ୍ୟାରେ ବିଜୟ ନେଇ ଆଶାବାଦୀ
ନୂଆପଡା(ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ଖଡ଼ିଆଳବି ଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡ଼ି ଦଳୀୟ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଙ୍କ ମାରାଥନ ନିର୍ବାଚନ ପ୍ରଚାର,ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ସହ ଦଳ ବିପୁଳ ସଂଖ୍ୟାରେ ବିଜୟ ନେଇ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କ ପାଖକୁ ଯାଉଥିବା ବେଳେ, ୧୦ ହଜାର ଟଙ୍କା ର ଛାତ୍ର ଛାତ୍ରୀ ବୃତ୍ତି, ଏକ ହଜାର ଟଙ୍କା ଭତ୍ତା ବୃଦ୍ଧି, ଶ୍ରମିକ ପାଉଣା ବୃଦ୍ଧି, ଭଳି ଅନେକ ଯୋଜନା ଉପରେ ଭୋଟର ମାନେ ଆକୃଷ୍ଟ ଅଟନ୍ତି। ଖଡିଆଳ ଏବଂ କଳାହାଣ୍ଡି ନିର୍ବାଚନ ରେ ଦୁଇ ଗୋଟି ସଙ୍ଖ ପାଇଁ ଭୋଟରଙ୍କୁ ମତ ଦେବାକୁ ଭୋଟ ଭିକ୍ଷା କରିଛନ୍ତି। ଖଡିଆଳ ଠାରୁ ଭୋଲିଆ ସିକୂଆଁ, କୋଟେନ୍ମୁଣ୍ଡା, ଛତା, ଭୋଜପୁର ଆଦି ଗ୍ରାମ ରେ ଦଳୀୟ ପ୍ରାର୍ଥୀ ନିର୍ବାଚନ ପ୍ରଚାର ଚଳାଇ ଥିଲେ। ବିପୁଳ ସଂଖ୍ୟା ରେ ମତଦାତା ଯୋଗ ଦେଇଥିଲେ। ଭୋଟର କାହା ଉପରେ ଆସ୍ଥା ଭାଜନ କରୁଛନ୍ତି ଆସନ୍ତା ଦିନରେ ଦେଖିବାକୁ ବାକି ରହିଲା।
Post a Comment