୮ବର୍ଷ ପରେ ଘରକୁ ଫେରିଲେ ମାନସିଂ ରାଉତ


ନୁଆପଡ଼ା (ବିରବଲ ପ୍ରଧାନ) ନିଜ କର୍ମ ଚଲାପଥରେ ଜୀବନରେ ଏମିତି କିଛି ଘଟିଯିବ ବୋଲି କାହାକୁ ଅଵା ଜଣା ନ ଥାଏ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜ଼ିଲ୍ଲା ସାଲିହା ପଞ୍ଚାୟତ ଅନ୍ତର୍ଗତ ଝାଲବାହାଲ ଗ୍ରାମରେ ରହୁଥିବା ମାନସିଙ୍ଗ ରାଉତଙ୍କ ଜୀବନର । ପେସାରେ ସେ ଦିନ ମଜୁରିଆ ହିସାବରେ କାମ କରି ନିଜ ପରିବାର ଭରଣ ପୋଷଣ କରୁଥିଲେ । ତାଙ୍କ ପରିବାରେ ୬ ଜଣ ମଧ୍ୟରୁ ଦୁଇ ପୁଅ ଦୁଇ ଝିଅ ଓ ସ୍ତ୍ରୀ ମିଶାଇ ୬ ଜଣ ସଦସ୍ୟ । ମାନସିଂ ରାଉତ ମାନସିକ ଦିଗ ହରା ହୋଇ ୮ ବର୍ଷ ତଳେ ଘରୁ କେଉଁଆଡକୁ ପଳାଇ ଯାଇଥିଲେ । ଘର ଲୋକେ ତାକୁ ପଡୋଶୀ ରାଜ୍ୟ ଛତିଶଗଡର ରାୟପୁର, ଭିଲାଇ, ମହାରାଷ୍ଟ୍ରର ନାଗପୁର, ଆନ୍ଦ୍ର ରାଜ୍ୟର ବିଶାଖାପାଟନମରେ ମଧ୍ୟ ଖୋଜିବାକୁ ଚେଷ୍ଟା କରିଥିଲେ ମଧ୍ୟ ପରିବାର ଲୋକେ ତାର ସନ୍ଧାନ ପାଇନଥିଲେ । ମାନସିଙ୍ଗ ରାଉତ ମାନସିକ ରୋଗୀ ହୋଇଥିବାବେଳେ ସେ ତେଲେଙ୍ଗାନା ରାଜ୍ୟରେ ଖମହନ ଜ଼ିଲ୍ଲାରେ ଯାଇ ପହଁଚିଥିଲେ, ସେତେବେଳ ସେ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ସେ ନିଜର ନାମ ମଧ୍ୟ ଭୁଲି ଯାଇଥିଲେ ଏବଂ ସେଠାରେ ଭୋକ ଉପାସରେ ଏଣେତେଣେ ବୁଲାବୁଲି କରିବାର ଦେଖି ସ୍ଥାନୀୟ ଲୋକେ ତେଲେଙ୍ଗାନା ପୋଲିସ କୁ ଜିମା ଦେଇଥିଲେ । ତେଲେଙ୍ଗାନା ପୋଲିସ ମାନସିଂ ଙ୍କୁ ତାର ପରିଚୟ ପଚାରିବାରୁ କିଛି କହିନଥିଲେ ପରେ ତେଲେଙ୍ଗାନା ପୋଲିସ ମାନସିଂ ରାଉତଙ୍କୁ ଡାକ୍ତର ଉପଚାର କରି ଖଅମନ ଜ଼ିଲ୍ଲାରେ ଥିବା ଶ୍ରୀନିବାସ ରାଓଙ୍କ ଅର୍ନାମ ଫାଉଣ୍ଡେସନ ଅନାଥ ଆଶ୍ରମ କୁ ମାନସିଂଙ୍କୁ ଜିମା ଦେଇଥିଲେ । ସେଠାରେ ୮ ବର୍ଷ ଆଶ୍ରମରେ ରହି ରାଧୁଣିଆ ଭାବରେ କାମ କରୁଥିଲେ ।ଶ୍ରୀନିବାସ ରାଓ ତାଙ୍କ ନାମ ପଚାରିବାରୁ କିଛି କହିନଥିଲେ। ଆଶ୍ରମରେ ରହିଥିଲାବେଳେ ତାଙ୍କୁ ଶ୍ରୀ ରାମ ନାମ ରଖିଥିଲେ । ଆଶ୍ରମରେ ୮ ବର୍ଷ ରହିଲାପରେ କିଛି ୮ ରୁ ୧୦ ଦିନ ତଳେ ମାନସିଂ ଙ୍କୁ ଅଚାନକ ଘରର କଥା ମନେ ପଡିଥିଲା ସେ ଅର୍ନାମ ଫାଉଣ୍ଡେସନ ଅନାଥ ଆଶ୍ରମର ମୁଖ୍ୟ ଶ୍ରୀନିବାସ ରାଓଙ୍କୁ ମୋ ନାମ ମାନସିଂ ରାଉତ ବୋଲି କହିଥିଲେ, ଏବଂ ମୁଁ ଓଡ଼ିଶା ରାଜ୍ୟ ନୂଆପଡା ଜ଼ିଲ୍ଲାର ଝାଲବାହାଲ ଗ୍ରାମର ବୋଲି ନିଜର ପରଚୟ ଦେଇଥିଲେ । ଶ୍ରୀନିବାସ ରାଓ ଏକଥା ଜାଣିବା ପରେ ଇଣ୍ଟରନେଟ ଦ୍ୱାରା ଯୋଗାଯୋଗ କଲେ ମଧ୍ୟ ଖୋଜି ପାଇନଥିଲେ । ଖରିଆର ରୋଡ ଜୋଂକ ପୋଲିସ ଅଧିକାରୀ ଗୁରୁଦେବ କର୍ମୀଙ୍କ ସହ ଯୋଗାଯୋଗ କରି ସବୁ କଥା କହିଥିଲେ ପରେ ମାନସିଂ ଙ୍କୁ ତେଲେଙ୍ଗାନା ରାଜ୍ୟରୁ ଆମ୍ବୁଲାନ୍ସ ଯୋଗେ ବିଶାଖାପଟନମ ପର୍ଯ୍ୟନ୍ତ ଆଣିଥିଲେ ବିଶାଖାପାଟନମ ରୁ ଟ୍ରେନ ଯୋଗେ ଆଜି ଖରିଆର ରୋଡ ଆସି ଜୋଂକ ପୋଲିସ କୁ ହସ୍ତାନ୍ତର କରି ଥିଲେ । ଜୋଂକ ପୋଲିସ ଅଧିକାରୀ ଗୁରୁଦେବ କର୍ମୀ ମାନସିଂ ଙ୍କ ପରିବାରକୁ ଖବର କଲାପରେ ତାଙ୍କ ପତ୍ନୀ ଏବଂ ପରିବାର ଲୋକେ ମାନସିଂ ରାଉତ ଙ୍କୁ ନେବାପାଇଁ ଆସିଥିଲେ । ଏବଂ ଆଶ୍ରମ ମୁଖ୍ୟ ଶ୍ରୀନିବାସ ରାଓ ଜୋଂକ ପୋଲିସ ର ଉପସ୍ଥିତିରେ ମାନସିଂ ଙ୍କୁ ହସ୍ତାନ୍ତର କରି୨୫ ହଜାର ଟଙ୍କା ଏବଂ ୫୦କେଜି ଚାଉଳ ଆଶ୍ରମ ତରଫରୁ ଦିଆଯାଇଥିବା ଶ୍ରୀ ରାଓ କହିଥିଲେ ।

Post a Comment

Previous Post Next Post