ବଲାଂଗିର୍ ଜିଲ୍ଲା ବେଲ୍ପଡ଼ା ଠାନେ
କେନ୍କେବା ଗୁଟେ ଗାଆଁ
ସେ ଗାଆଁନେ ଅଛେ ମହାଦେବ ଗୁଡ଼ି
ଚାର୍ହିକୁତି ତାର୍ ନାଆଁ । ୧
ଫଗୁନ୍ ମାସର୍ ତେରୋଦଶୀ ଦିନେ
ଶିବରାତ୍ରୀ ହେସି ମୁଲ୍
ଗହ ଗହ ଲାଗେ ଗୁଡ଼ି ପରିବେଶ
ଦୁଲ୍କସି ଦୁଲ୍ ଦୁଲ୍ । ୨
କାହିଁ କେତେ ଧୁରୁଁ ଆଏସନ୍ ଇନେ
ଶିବ ଦର୍ଶନ୍ ଲାଗି
ହଁକ୍ ହଁକ୍ ମନେ ଘର୍ ଯାଏସନ୍
ମନ୍ ଜାନି ବର୍ ମାଗି । ୩
କେତ୍ନି ପୁର୍ଖା ଲିଂଗ୍ ଫୁଟା ଗୁଡ଼ି
ଘେରିଛେ ଜଂଗଲ୍ ଝାର୍
ବାବାର୍ ଆଶ୍ରେଁ ରହିଛନ୍ ଲୁକେ
ଭକ୍ତିକେ କରି ହାର୍। ୪
ଠାନର୍ ମହିମା ଠାନର୍ ଗାରିମା
କହି ନାଇଁ ହୁଏ ଭାଇ
ସବ୍କର୍ ଅଛେ ସହଯୋଗ୍ ପନ୍
ହିଁସା ଅହଁକାର୍ ନାଇଁ ।୫
ଗାଆଁଟା ଯାକର୍ ସାଫ୍ ସୁତ୍ରାକେ
ସବୁ ଘରେଁ ଲିପା ଘଁସା
ଉବାଗର୍ ଦିଶେ ଘର୍ ବାଟ୍ ମୁହେଁ
ଝୁଁଟି ଆର୍ କଲସ୍ ବସା । ୬
ଗୁରସ୍ ନଡ଼ିଆ ଫୁଲ୍ ଫଲ୍ ସଂଗେଁ
ଚଢ଼ାସନ୍ ବେଲ୍ ପତର୍
ଶଂଖ୍ ଘଁଟ୍ ସଂଗେଁ ଶିବର୍ ମହିମା
ଶୁନ୍ଲେଁ ଲାଗ୍ସି ବତର୍ । ୭
ଚାରହି ଦିନ୍ ତକ୍ ଚାଲ୍ସି ଯାତ୍ରା
ଭକତ୍ ହଜାର୍ ହଜାର୍
ଦିନ୍ ରାଏତ୍ ହେସି ଗହଲ୍ ଚହଲ୍
ଲାଗ୍ସି ଯେନ୍ତା ବଜାର୍ । ୮
ଦିନର୍ ବେଲିଆ ଭଜନ୍ କୀର୍ତ୍ତନ୍
ରାତିଁ ନାଟ୍ ଡଁଡ୍ ପାଲା
ଯାତ୍ରା ଦେଖାକେ ସବ୍କର୍ ମନ୍
ଘରେଁ ଘରେଁ ପଡ଼େ ତାଲା । ୯
ବାବାର୍ ଆଶିଷେଁ ଯୁଡ଼ି ରହିଥଉ
ଭାବର୍ ବନ୍ଧନ୍ ଡୋର୍
ଶିବରାତ୍ରୀ ଯାତ୍ରା ଆସି ଦେଖି ଯିମା
ସବୁଦିନେ ଥିବା ସୋର୍ । ୧୦
ମଧ୍ୟପୁର୍ ପଂଚେତର୍ ଭକତ୍ ଯେତ୍କି
ନିଉତା ଦଉଛୁଁ ଭାଇ
ସଭେ ଆସି ଇନେ ଯାତ୍ରା ଦେଖ୍ବ
ଶିବ ବାବାର୍ ନାଆଁ ଗାଇ । ୧୧
ଜୀବନ୍ ଭିତ୍ରେଁ ଏନ୍ତା ସୁଯୋଗ୍
ସବୁ ବେଲେଁ ନାଇଁ ଆସେ
ମାହାପୁରୁ ସେବା କରି ପାରିଥିଲେଁ
ଜୀବନ୍ ମହକି ବାସେ । ୧୨
କବି ଆଶୁତୋଷ ଲେଖଲା କବିତା
ଭୋଲାବାବା ନାଆଁ ଧରି
ପର୍ତି ବଛରେଁ ଏନ୍ତା ଭାବ୍ ଥଉ
ସୁଖ୍ ଶାନ୍ତି ପଡୁ ଝରି । ୧୩
@ ଭୁଲା ବାବାର ଭକତ @
Post a Comment