ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ


ନୁଆପଡ଼ା: (ବିରବଲ ପ୍ରଧାନ) ସ୍ଥାନୀୟ ସଦଭାବନା ସଭା ଗୃହଠାରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲାପାଳ ହେମକାନ୍ତ ସାଏ ଉପସ୍ଥିତ ରହି ହିତାଧିକାରୀଙ୍କ ଅଭିଯୋଗ ଶୁଣାଣି କରିଥିଲେ। ଏହିଅବସରରେ ଜିଲା ମୁଖ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀଲମ୍ବୋଦର ଧରୁଆ, ଉପଜିଲାପାଳ ଯୋଗେନ୍ଦ୍ର ମାଝି, ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ସଦର ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟ, ସଦର ବ୍ଲକ ଅଧ୍ୟକ୍ଷା ତାରେଶ୍ଵରୀ ସାହୁ, ଜିଲାସ୍ତରୀୟ ଅଧିକାରୀ ଓ ଜନପ୍ରତିନିଧୂମାନେ ଉପସ୍ଥିତ ଥିଲେ। ଶିବିରରେ ଜିଲ୍ଳାର ମୋଟ ୧୩୨ଜଣ ହିତାଧୁକାରୀ ନିଜର ସମସ୍ୟା ଜିଲାପାଳଙ୍କୁ ଜଣାଇଥିଲେ। ସମସ୍ଯା ତୁରନ୍ତ ସମାଧାନ ହୋଇଥିଲା ବେଳେ ରହିଯାଇଥିବା ସମସ୍ୟାଗୁଡିକୁ ଶୀଘ୍ର ସମାଧାନ କରିବା ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ପାନୀୟ ଜଳ, ଆବାସ ଗୃହ, ରାଶନ କାର୍ଡ, ଗମନାଗମନ, ବିଜୁଳି, ବାର୍ଦ୍ଧକ୍ୟ ଭତ୍ତା ଆଦି ସମାସ୍ୟା ରହିଥିଲା। ଉକ୍ତ ଅଭିଯୋଗ ଶିବିର ହେଉଥିବା ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା ନ ଥିବାରୁ ସମସ୍ୟା ନେଇ ଆସିଥିବା ହିତାଧୁକାରୀମାନେ ପାଣି ପାଇଁ ଡହଳ ବିକଳ ହେଉଥିବା ଅଭିଯୋଗ ହେଉଛି। ଛାଇର ବ୍ୟବସ୍ଥା ନ ଥିବାରୁ ଲୋକେ ଗଛମୂଳେ ବିଶ୍ରାମ ନେଇଥିଲେ। ଗ୍ରୀଷ୍ମ ପ୍ରବାହ ଜାରି ହେଉଥିଲେ ମଧ୍ଯ ଜିଲା ପ୍ରଶାସନ ଛାଇର ବ୍ୟବସ୍ଥା କିମ୍ବା ପାଣି ସୁବିଧା କରୁ ନ ଥିବାରୁ ହିତାଧିରୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।

Post a Comment

Previous Post Next Post