କୋରାପୁଟ :(ଆଜତକ୍ ଓଡ଼ିଶା): ପବିତ୍ର ମହାଶିବରାତ୍ରି ଉପଲକ୍ଷେ କୋରାପୁଟର ବିଭିନ୍ନ ଶୈବପୀଠରେ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଅଛି ।କୋରାପୁଟର ବିଭିନ୍ନ ଶୈବପୀଠ ରାଉଳ ଶିବ ମନ୍ଦିର, ଆଖଣ୍ଡଳମଣି ଶୈବପୀଠ, ଓଁ ନମଃ ଶିବାୟ, କେନ୍ଦାର ସ୍ଥିତ ଶିବମନ୍ଦିର ଆଦି ବହୁସ୍ଥାନରେ ଭକ୍ତଙ୍କ ଭିଡ଼ ଦେଖାଦେଇଅଛି । ଆଜି ଭୋରୁ ଭୋରୁ ମହାଦେବଙ୍କୁ ଧୂପ ଦୀପ ଆଳତୀ ସହ ଜଳାଭିଷେକ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ଭକ୍ତ ତଥା ଶ୍ରଦ୍ଧାଳୁ ଧାଡି ବାନ୍ଧି ମହାଦେବଙ୍କୁ ଦର୍ଶନ ପାଇଁ ପ୍ରତୀକ୍ଷା କରି ମହାଦେବଙ୍କ ଅପୂର୍ଵ କୃପା ଲାଭ କରିଥିଲେ । ଭକ୍ତଙ୍କ ଭିଡ଼କୁ ଆଖିରେ ରଖି ପୋଲିସ୍ ପ୍ରଶାସନ ପକ୍ଷରୁ ବିହିତ ବ୍ୟବସ୍ଥା କରାଯାଇଅଛି । ମନ୍ଦିର ପ୍ରଶାସନ ପକ୍ଷରୁ ରାତ୍ର ପ୍ରାୟ ଘ.୧୨ ରୁ ୧ ଘଣ୍ଟିକା ମଧ୍ୟରେ ମହାଦୀପ ପ୍ରଜ୍ଜଳନ ତଥା ହରିହର ଭେଟ ପାଇଁ ସମସ୍ତ ନୀତିକାନ୍ତି ସମାପନ ପାଇଁ ବ୍ୟବସ୍ଥା କରାଯାଇଅଛି । ଆଜି ଭକ୍ତ ମହାଦେବଙ୍କ ଦର୍ଶନ କରି ଅପୂର୍ବ ଆନନ୍ଦ ପ୍ରାପ୍ତି ହୋଇଥିବା ଦେଖାଦେଇଅଛି ।

Post a Comment