ଚନା ବେଡ଼ା ଆଶ୍ରମ ବିଦ୍ୟାଲୟ ରେ ବାର୍ଷିକ ଉତ୍ସବ ପାଲିତ


ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଚନାବେଡା ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୀତବାସ ଜଗତ ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଜିଲା ନିରୀକ୍ଷକ ଉଦୟ ସିଂ ମାଝି ଯୋଗଦେଇ କଠିନ ପରିଶ୍ରମ କରି ଛାତ୍ରୀଛାତ୍ରମାନେ ଆଗକୁ ବଢିବା ପାଇଁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରଜତ କୁମାର ସାହୁ, ମୁଖ୍ୟବକ୍ତା ଭାବେ ପଲ୍ଲୀ ପ୍ରଗତି ମହାବିଦ୍ୟାଳୟ ବଙ୍କାପୁର ଦୋହେଲ ପଡ଼ାର ଅଧ୍ୟକ୍ଷ ରୁଦ୍ରମାଧବ ବାରିକ, ଶିକ୍ଷକ ଲଇବାନ ବାଗ, ଶିକ୍ଷକ ଇନ୍ଦ୍ର ବାଗ, ଶିକ୍ଷକ ଅଶୂଳ ଧରୁଆ, ଶିକ୍ଷୟିତ୍ରୀ ଝରାମଣି ଦେଇ, ଅଧ୍ୟାପକ ଜିତେନ୍ଦ୍ର ସୁନା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଞ୍ଚାନନ ବେହେରା ପ୍ରମୁଖ ଯୋଗଦେଇ ଦୃଢ଼ ଇଚ୍ଛାଶକ୍ତି ଦ୍ବାରା ଆଗକୁ ଯାଇହୁଏ,ତେଣୁ ସବୁବେଳେ ଅଧ୍ୟବସାୟ ସହ ଗୁରୁଜନଙ୍କ କଥା ମାନି ଚଳିବା ପାଇଁଛାତ୍ରୀଛାତ୍ରଙ୍କୁ କହିଥିଲେ। ଏହି ଅବସରରେ ପ୍ରତିଯୋଗିତାରେ ପୂର୍ବରୁ କୃତୀ ବିଭିନ୍ନ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ସ୍କୁଲ ଛାତ୍ରୀଛାତ୍ର ନୃତ୍ୟ ସଙ୍ଗୀତ ଓ ଡ୍ରାମା ପରିବେଷଣ କରିଥିଲେ । ଶିକ୍ଷକ ରଜନୀ କାନ୍ତ ଯୋଷୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ କୈଳାସ ଚନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ଶିକ୍ଷକ ସତ୍ୟ ପଟେଲ, ଶୁରାକର ମାଝି, ଟିକେରାମ ମେହେର, ଶିକ୍ଷୟିତ୍ରୀ ତରୁଲତା ମହାନନ୍ଦ, ସନ୍ଧ୍ୟା ରାଣୀ ଆଡ଼ବଙ୍ଗ ବିଦ୍ୟାଳୟ ସମସ୍ତ ଅଣଶୈକ୍ଷିକ କର୍ମଚାରୀ, କମିଟି ସଦସ୍ୟ, ଅଭିଭାବକ ଅବିଭାବିକା ତଥା ଗ୍ରାମର ବ୍ୟକ୍ତିମାନେ ଯୋଗଦାନ କରିଥିଲେ।

Post a Comment

Previous Post Next Post