ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଯୁଗେନପଦର ଛକ ନିକଟସ୍ଥ ବିଜୁ ଏକ୍ସପ୍ରେସ ୱେ ରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା, ଦୁଇ ଗୋଟି ଟ୍ରକ କୁ ଦୁଇ ଭାଇ ଝାରସୁଗୁଡ଼ା ରୁ ଆଗ ପଛ ହୋଇ ଆସୁଥିଲେ। ହଠାତ୍ ପ୍ରଥମ ଟ୍ରକ୍ ଟି ବ୍ରେକ ଦେବା ଦ୍ବାରା ପଛ ପଟେ ଆସୁଥିବା ଟ୍ରକ୍ ଟି ଆଗ ଟ୍ରକ କୁ ପଛ ପଟୁ ଧକ୍କା ଦେଇଥିଲା। ଫଲରେ ପଛ ପଟ ଟ୍ରକ ରେ ଅଗ୍ନି ସଂଯୋଗ ହୋଇ ଜଳି ଯାଇଥିବା ବେଳେ ଚାଲକ ସେହି ଅଗ୍ନି ରେ ଜଳି ଯାଇଥିବା ଜଣାପଡିଛି। ଏହି ଦୁର୍ଘଟଣା ଟି ରାତ୍ରି ୨ଘଣ୍ଟା ରେ ହୋଇଥିବା ବେଳେ ଆଗ ରେ ଥିବା ଟ୍ରକ ରେ ଦୁଇ ଚାଲକ ଏବଂ ପଛ ପଟ ଟ୍ରକ୍ ରେ ଦୁଇ ଚାଲକ ଥିଲେ। ଦୁର୍ଘଟଣା ଦେଖି ଆଗ ପଟ ଥିବା ଚାଲକ ମାନେ ଆସି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଗ୍ନିକାଣ୍ଡ ଭୀଷଣ ଥିବା ରୁ ସେହି ଘଟଣାକୁ ସ୍ଥଳ କୁ ଅଗ୍ନିଶ୍ରମ୍ ବିଭାଗ ମଧ୍ୟ ଦୂରରୁ ଥାଇ ନିଜ କାର୍ଯ୍ୟ କରିଥିଲେ।ମୃତକ ଚାଲକଙ୍କ ନାମ ମୌସଲିମ ଖାନ ଓ ଅନ୍ୟ ଜଣେ ଚାଲକ ଏକବାଲ ଖାନ ଠିକ ଥିବା ଜଣାପଡିଛି।
ନୂଆପଡ଼ା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ଙ୍କ ରିପୋର୍ଟ
Post a Comment