ଛୁରୀ ଦେଖାଇ ମୋବାଇଲ ଲୁଟ, ୨ ଗିରଫ


ନୂଆପଡ଼ା:-( ବିରବଲ ପ୍ରଧାନ)ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଖରିଆରରୋଡ଼ ସହର ଦେଶି ମଦଭାଟି ସମ୍ମୁଖରେ ଛୁରୀ ଦେଖାଇ ମୋବାଇଲ ଓ ନଗଦ ଟଙ୍କା ଲୁଟ ହୋଇଛି। ଏହି ଘଟଣାରେ ଜୋଙ୍କ ପୁଲିସ ଲୁଟ ମୋବାଇଲ ଓ ନଗଦ ରାଶିକୁ ଜବତ କରିଛି। ଏଥିସହ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗରିଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖରିଆରରୋଡ଼ ସହର  ପିଏଚଡିପଡ଼ାର ସୁରଜ ଯାଦବ ଓ ବଜାରପଡ଼ାର ଅନୁରାଗ କୁମାର। ଗତକାଲି ସନ୍ଧ୍ୟାରେ ଖରିଆରରୋଡ଼ରୁ ଆମସେନା ରାସ୍ତା ନୂଆପଡ଼ା ସହର ୱାର୍ଡ ନମ୍ବର ୯ର ଇମ୍ରାନ ଖାନ ଏକ ବାଇକରେ ଯାଉଥିଲେ । ଦେଶୀମଦ ଭାଟି ନିକଟରେ ଦୁଇଜଣ ଅଜଣା ବ୍ୟକ୍ତି ଇମ୍ରାନଙ୍କୁ ଅଟକାଇ ଛୁରୀ ଦେଖାଇ ଏକ ମୋବାଇଲ ଫୋନ ଓ ନଗଦ ୪୬୪୦ ଟଙ୍କା ଲୁଟି ନେଇଥିଲେ। ଏନେଇ ଇମ୍ରାନ ଜୋଙ୍କ ଥାନାରେ ଲିଖୂତ ଅଭିଯୋଗ କରିଥିଲେ। ଜୋଙ୍କ ଆଇଆଇସି ଗୁରୁଦେବ କର୍ମୀଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଅରବିନ୍ଦ ମେହେରଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ପୁଲିସ ଟିମ ତଦନ୍ତ ଆରମ୍ଭ କରି ରାତିରେ ସୁରଜ ଓ  ନୁରାଗକୁ ଗିରଫ କରିଥିଲା । ସେମାନଙ୍କଠାରୁ ଲୁଟ ମୋବାଇଲ ଓ ନଗଦ ୪୬୪୦ ଟଙ୍କାକୁ ଜବତ କରିଥିଲା । ଆଜି ସନ୍ଧ୍ୟାରେ ଦୁଇ ଲୁଟେରା କୁ କୋର୍ଟଚାଲାଣ କରାଯାଇଥିବା ଜୋଙ୍କ  ଆଇଆଇସି ଶ୍ରୀ କର୍ମୀ ପ୍ରକାଶ କରିଛନ୍ତି।

Post a Comment

Previous Post Next Post