ରାଲି କରିବା ପାଇଁ ଅନୁମତି ଦେବା କୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ


ନୂଆପଡ଼ା : (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ଆଦିଦାସୀ କଲ୍ୟାଣ ସଂଘ ଆଦିବାସୀ ମାନଙ୍କ ହକ ଅଧିକାର ଓ ବିଭିନ୍ନ ସମସ୍ୟା ଉପରେ ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ରାଲିରେ ଆସିବା ପାଇଁ ଅନୁମତି ପାଇଁ ଆବେଦନ କରିଥିଲେ । ସରକାରଙ୍କ ଆଦର୍ଷ ଆଚରଣବିଧି ଲାଗୁ ହୋଇଥିବାରୁ ମନୁମତି ମିଳିଲା ନାହିଁ । ହେଲେ ଏକ ସରକାରୀ ଦଳ ରାଲି କରି ବିଶାଳ ଜନ ସମାଦେଶ କରିଥିବାରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବିରୋଧ କରୁଛି । ଆମକୁ ଅନୁମତି ମିଲିଲା ନାହିଁ ବୋଲି ରାଲି କୁ ବନ୍ଦ କରିଦେଲୁ । ନିର୍ଦ୍ଦିଷ୍ଟ ଏକ ଦଳ କେମିତି ରାଲି କରି ସଭାସମିତି କରୁଛି । ଏହା ଉପରେ ଦୂଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆଦିବାସୀ ସଂଘ ପକ୍ଷରୁ ଶୁକ୍ରବାର ଜିଲ୍ଲାପାଳ କେମକାନ୍ତ ସାୟଙ୍କୁ ଏକ ବାବିପତ୍ର ପ୍ରଦାନ କରିଛନ୍ତି । ଏହା ଉପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନ ଗଲେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାରମ୍ପାରିକ ଅସ୍ତ୍ରସସ୍ତ୍ର ଧରି ବାଧ୍ୟ ହୋଇ ରାଲି କରିବ ବୋଲି ଚେତାବନି ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଆଦିବାସୀ କଲ୍ୟାଣ ସଂଘ ନୁଆପଡ଼ା ବ୍ଲକ ସଭାପତି ଭକ୍ତ ବନ୍ଧୁ ଧରୁଆ,ଚିରଥ ରାମ ମାଝି, ଜ୍ଞାନେଶ୍ବର ମାଝି,ରାମଶଙ୍କର ମାଝି,ରାମରାଜ ମାଝି ପ୍ରମୁଖ ଉପସ୍ଥିତ ଥ‌ିଲେ ।

Post a Comment

Previous Post Next Post