ବିଦ୍ୟା ରେସିଡେନ୍ସିଆଲ କୋଚିଂ ଏକାଡେମୀ ପକ୍ଷରୁ ରକ୍ତଦାନ ଶିବିର


ବାଲେଶ୍ୱର, ୧/୩ (ଲକ୍ଷ୍ମୀଧର ବାରିକ): ସଦର ବ୍ଲକ ସାର୍ଥାର ବିଦ୍ୟା ରେସିଡେନ୍ସିଆଲ କୋଚିଂ ଏକାଡେମୀ ପକ୍ଷରୁ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଶ୍ରୀପଞ୍ଚମୀ କମିଟି ସାର୍ଥା, ଗ୍ରାମ୍ୟ ବ୍ୟାଙ୍କ୍ ସର୍ଥା ଏବଂ ସମ୍ବାଦ ଆମ ଓଡ଼ିଶାର ମିଳିତ ସହଯୋଗରେ ବିଦ୍ୟା ପରିସରରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟାର ପ୍ରତିଷ୍ଠାତା ବିଦ୍ୟୁତ ରଞ୍ଜନ ମହାନ୍ତିଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରକୁ ଶିକ୍ଷାବିତ ତରଣୀସେନ ଜେନା ଓ ସଂଗ୍ରାମ କେଶରୀ ମଲ୍ଲିକ ମିଳିତ ଭାବେ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଡାକ୍ତର ପ୍ରତୀକ ରାଜ, ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜର ଚିନ୍ତାମଣି ଦାସ, ସାମାଜିକକର୍ମୀ ରତିକାନ୍ତ ନନ୍ଦ ଓ ଅଧ୍ୟାପକ ଶମ୍ଭୁନାଥ ପାଲ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଏବେ ଖରା ଦିନରେ ରକ୍ତର ଅଭାବ ପୂରଣ କରିବା ପାଇଁ ଆଗେଇ ଆସିଥିବାରୁ ଆୟଯୋକଙ୍କୁ ସାଧୁବାଦ୍ ଜଣାଇଥିଲେ। ଡାକ୍ତର ପ୍ରତିକଙ୍କ ନେତୃତ୍ବରେ ଟେକ୍ନିସିଆନ୍ ବସନ୍ତ ଜେନା, ମୋନାଲିସା ମହାନ୍ତି ଓ ବିନୋଦ ଦାସ ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ୩୫ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ବିଦ୍ୟାର ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ଦାସ, କାହ୍ନୁ ଚରଣ ପ୍ରଧାନ, ଅନୀଲ କୁମାର ଭୂୟାଁ, ଶତ୍ରୁଘନ ସାମନ୍ତ, ସତ୍ୟସୁନ୍ଦର ମୈକାପ, ସୁଶାନ୍ତ ମହନ୍ତ, ସତ୍ୟଜିତ ପଟ୍ଟନାୟକ, ଗଣେଶ ମଲ୍ଲିକ, ମାନସ ମହାନ୍ତି, ସୋହାଶ୍ରି ରାଉତ, ସୁବାଶିଷ ପାଲ, ଜ୍ୟୋତିର୍ମୟ ପ୍ରଧାନ,ଉଜ୍ଜ୍ୱଳ ଗିରି, ବ୍ୟାଙ୍କ କର୍ମଚାରୀ ନିଳିମା ପରିଡ଼ା, ଶିବୁ ମାଝୀ, ରାଜକିଶୋର ଦାସ, ବିନତା ଜେନା ଓ ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିବା ବେଳେ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ।

Post a Comment

Previous Post Next Post