ଜିଲ୍ଲାପାଳଙ୍କ ସଦଭାବନା ଗୃହ ଠାରେ ପଂଚାୟତରାଜ ଦିବସ, ଲୋକ ସେବା ଦିବସ ପାଳିତ


ନୂଆପଡା : (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା ପ୍ରଶାସନ, ପଞ୍ଚାୟତ ରାଜ, ଜିଲ୍ଲା ପରିଷଦ ଏବଂ ପାନୀୟ ଜଳ ବିଭାଗ ର ମିଳିତ ଆନୁକୂଲ୍ୟରେ ପଂଚାୟତରାଜ ଦିବସ ଓ ଲୋକ ସେବା ଦିବସ ପାଳିତ ହୋଇଯାଇଛି । ଉକ୍ତ ଦିବସ ରେ ଅତିଥିମାନେ ପ୍ରଥମେ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କ ଜୀବନୀ ଉପରେ ସ୍ମୃତି ଚାରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ଯୋଗ ଦେଇଥ‌ିବା ବେଳେ ସଭାରେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଡ଼ଲି ମାଝୀ ଅଧ୍ଯକ୍ଷତା କରିଥ‌ିବା ବେଳେ ଉପାଧ୍ଯକ୍ଷ ଦୀପିକା ଦୀପ, ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ ଓ ସମସ୍ତ ଜିଲ୍ଲାପରିଷଦ ଯୋଗ ଦେଇଥିଲେ । ଏହିପରିପ୍ରେକ୍ଷୀରେ ଜିଲ୍ଲାରେ କିପରି ଉନ୍ନୟନ ମୂଳକ କାର୍ଯ୍ୟ ଆଗକୁ ସୁରୁଖୁରରେ ସମ୍ପାଦନ କରାଯିବ ତା ଉପରେ ବିଶେଷ ଗୁରୁତ୍ବ ଦେବା ଉପରେ ଅତିଥିମାନେ ନିଜ ମତ ରଖିଥିଲେ । ଏହି ଉପଲକ୍ଷେ ତିନି ଗୋଟି ଶ୍ରେଷ୍ଠ ପଞ୍ଚାୟତକୁ ପୁରସ୍କୃତ କରାଯାଇଥିଲା ।ଖଡିଆଳ ବ୍ଲକ ଭୋଜପୁର ଗ୍ରାମପଞ୍ଚାୟତ କୁ ପ୍ରଥମ, ସିନାପାଲି ବରଗାଁ ଗ୍ରାମପଞ୍ଚାୟତ କୁ ଦ୍ବିତୀୟ ଏବଂ କୋମନା ବ୍ଲକ ର କୁରୁମପୁରୀ ତୃତୀୟରେ ପୂରସ୍କୃତ କରାଯାଇଥିଲା ।

Post a Comment

Previous Post Next Post