ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା


କୋମନା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା କୋମନା ଥାନା ୩୫୩ ନମ୍ବର ଜାତୀୟ ରାଜପଥ ଉଦ୍ୟାନବନ୍ଧ ଆମ୍ବେଦକର ଛକରେ ୨ଟି ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ଦୁଇ ଗାଡିର ସାମନା ପଟ ଚୁରମାର ହୋଇଥିବା ବେଳେ କାହାରି କୌଣସି କ୍ଷୟକ୍ଷତି ହୋଇ ନାହିଁ| ରାୟପୁରରୁ ଉଦ୍ଯାନବନ୍ଧ ଦେଇ ଖଡ଼ିଆଳ ପଟେ ଏକ ଟ୍ରକ୍ ଆସୁଥିବା ବେଳେ ବିପରୀତ ଦିଗରୁ ଅନ୍ୟ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ସାମନା ପଟେ ଧକ୍କା ଦେଇଥିଲା। ଏହା ଫଳରେ ୨ ଘଣ୍ଟା କାଳ ରାସ୍ତାରେ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା ।

Post a Comment

Previous Post Next Post