ନୂଆପଡ଼ା: (ବିରବଲ ପ୍ରଧାନ) ନୂଆପଡ଼ା ସ୍ଥାନୀୟ ପୋଲିସ ପଡିଆ ଠାରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ ତରଫରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମବିଭାଗ ଆନୁକୁଲ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ ରବିନ୍ଦ୍ର କୁମାର ବାର୍ଲାଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାଂସଦ ପ୍ରତି ନିଧି ଯଦୁମଣି ପାଣିଗ୍ରାହୀ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ନୂଆପଡା ବ୍ଲକ ଚ୍ୟାରମେନ ତାରେଶ୍ବରୀ ସାହୁ, ଭାଇସ ଚ୍ୟାରମେନ ଦୀଲ୍ଲିପ ନିର୍ମଲକର, ନିର୍ମାଣ ଶ୍ରମିକ ମାନଙ୍କର କର୍ମକର୍ତା ସୁକଦେବ ସାହୁ, ବିଏଏନ ଏମଏସର ଶୁକ୍ଲାମ୍ବର ନିଆଲ ପ୍ରମୁଖ ଉପସ୍ଥିତ ରହି ଓଡିଶା ଅଣସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ୬ଜଣ ଶ୍ରମିକଙ୍କୁ ମୃତ୍ୟୁକାଳିନ କାଳିନ ସହାୟତା ରାଶି ୧୦ଲକ୍ଷ ଟଙ୍କା ଚେକ୍ ଆକାରରେ ପ୍ରଦାନ କରିଥିବା ବେଳେ ଶିକ୍ଷା ସହାୟତା ବାବଦକୁ ୫ଜଣ ଶ୍ରମିକଙ୍କୁ ୩୩ହଜାର, ବିବାହ କାଳିନ ସହାୟତା ୨୪୩ ଜଣଙ୍କୁ ୧କୋଟି ୨୧ଲକ୍ଷ ୫୦ ହଜାର, ମାତୃତ୍ଵ ସହାୟତା ୨୪ ଜଣଙ୍କୁ ୨ଲକ୍ଷ ୪୦ ହଜାର, ଅନ୍ତିଷ୍ଟିକ୍ରିୟା ସହାୟତା ୫୭ ଜଣଙ୍କୁ ୨ଲକ୍ଷ ୮୫ହଜାର, ମୃତ୍ୟୁ କାଳିନ ସହାୟତା ୮୮ଜଣଙ୍କୁ ୧କୋଟି ୭୫ଲକ୍ଷ ସେହିଭଳି ସର୍ବମୋଟ ୪୧୭ ଜଣ ନିର୍ମାଣ ଶ୍ରମିକ ମାନଙ୍କୁ ୩କୋଟି ୨୦ ଲକ୍ଷ ୮ ହଜାର ଟଙ୍କା ଅତିଥି ମାନଙ୍କ ଦ୍ବାରା ଚେକ ଆକାରରେ ପ୍ରଦାନ କରାଯାଇଥିଲ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଏବଂ ୪୦୦ ରୁ ଊର୍ଦ୍ଧ ନିର୍ମାଣ ଶ୍ରମିକ ଉପସ୍ଥିତ ଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ରବିନ୍ଦ୍ର କୁମାର ବାର୍ଲା ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ପରିଶେଷରେ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ସୁନିତା ଲାକ୍ରା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭା ସାଙ୍ଗ କରିଥିଲେ ।

Post a Comment