ଉଲୁଣ୍ଡା (ଆଜତକ୍ ଓଡ଼ିଶା) ଉଲୁଣ୍ଡା ବ୍ଲକ ତେନ୍ତୁଳିଖୋଲ ଗ୍ରାମରେ ଆଜି " ବିକଶିତ ଭାରତ ନାରୀ ଶକ୍ତି ଯୋଗ୍ୟତା ଦୌଡ "ପାଳିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ର,ସୋନପୁର ଓ ଶ୍ରୀମା , ମା ମହାମାୟୀ, ମା ଭଗବତୀ ଏସ୍ଏଚଜି ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଯୋଗ ଶିକ୍ଷକ ଶମ୍ଭୁରାଜ କର୍ଣ୍ଣ , ଏହି ଅବସରରେ କିଭଳି ଭାବରେ ସମସ୍ତ ମହିଳା ଶରୀରକୁ ସୁସ୍ଥ ରଖିବେ ସେ ଉପରେ ଆଲୋକପାତ କରିବା ସହ ପ୍ରତ୍ୟେକ ଦିନ ୩୦ ମିନିଟ୍ ନିଜ ପାଇଁ ଶାରିରୀକ, ଯୋଗ,ବ୍ୟାୟାମ ,ଆସନ ପ୍ରାଣାୟମ ଉପରେ ସଚେତନ ବାର୍ତ୍ତା ଦେଇଥିଲେ। ସମ୍ମାନନୀୟ ଅଥିତି ଆଶାକର୍ମୀ ଗୀତାଞ୍ଜଳୀ ପଧାନ ସମସ୍ତ ଗ୍ରୁପ୍ ର ମା ମାନଙ୍କୁ ଶରୀର ସୁସ୍ଥ ଥିଲେ ସବୁ ଅଛି ବୋଲି କହିଥିଲେ।ରାଷ୍ଟ୍ରୀୟ ଯୁବ ସ୍ଵଚ୍ଛାସେବୀ ଧବଲେଶ୍ୱର୍ ଭୁକ୍ତା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ୬୫ ଜଣ ମହିଳା ଅଂଶ ଗ୍ରହଣ କରିଥିଲେ। ଦୌଡ ପ୍ରତିଯୋଗୀତା ହୋଇଥିଲା ସେହି ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଜିନୁ ଭୋଇ , ଦ୍ଵିତୀୟ ସ୍ଥାନ ଭାଗ୍ୟ ଭୋଇ , ତୃତୀୟ ସ୍ଥାନ କୁନି ଭୋଇ ସମସ୍ତ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି ଅବସରରେ ସ୍ଵେଚ୍ଛାସେବୀ ହୃଷିକେଶ ଦେହେରୀ ଧନ୍ୟବାଦ୍ ଦେଇଥିଲେ।
ବିକଶିତ ଭାରତ ନାରୀ ଶକ୍ତି ଯୋଗ୍ୟତା ଦୌଡ
ଆଜତକ ଓଡ଼ିଶା
0
Post a Comment