ସିନାପାଲି, ୨୮। ୨ (ପରମେଶ୍ବର ମେହେର) ସିନାପାଲି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପଡା ଗ୍ରାମଠାରେ ବଜରଙ୍ଗ ଡବ୍ଲୁସିଏସ୍ କମିଟି ଆନୁକୂଲ୍ୟରେ ବୁଣାକାର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ବୁଣାକାର ମାନଙ୍କୁ ରାଜ୍ଯ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା କରୁଥିବା ନେଇ ସଚେତନତା କରାଯାଇଥିବା ବେଳେ ବୁଣାକାର ମାନେ କିଭଳି ସେହି ଯୋଜନା ରେ ସାମିଲ ହୋଇ ସହାୟତା ପାଇଁ ପାରିବେ ସେନେଇ ସଚେତନତା ପ୍ରକାଶ କରାଯାଇଥିଲା।
ଏହି ଶିବିର ରେ ମୁଖ୍ଯ ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟା ମନ୍ଦାକିନୀ ବଘେଲ ଯୋଗଦାନ କରିଥିବା ବେଲେ ସମ୍ମାନିତ ଅତିଥି ଭାବେ ପ୍ରଶାନ୍ତ କୁମାର ବାରିକ, ବିକ୍ରମ କଢେଇ,ସୁମିତ କୁମାର ଅଗ୍ରୱାଲ, ଆନନ୍ଦ ବିହାରୀ, ତନ୍ତୁବାୟ ସମ୍ପାଦକ ହିରାଲାଲ ମେହେର ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମ ରେ ବଜରଙ୍ଗ ତନ୍ତୁ ସହଯୋଗ ସମିତି ସମ୍ପାଦକ ଭାସ୍କର କଶ୍ୟପ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ଗଜିନ୍ଦ୍ର କଶ୍ୟପ, ନିଲାମ୍ୱର କଶ୍ୟପ, ସୁମିତା କଶ୍ୟପ, ଗଜପତି କଶ୍ୟପ ସହ ଉକ୍ତ କମିଟିର ଅନ୍ୟାନ୍ୟ ସଦସ୍ଯ ସହଯୋଗ କରିଥିଲେ। ଏହି ଶିବିର ରେ ଆଖପାଖ ଅଞ୍ଚଳର ଶତାଧିକ ବୁଣାକାର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ବିକ୍ରମ କାର୍ନେଲ୍ ଧନ୍ଯବାଦ ଅର୍ପଣ କରିଥିଲେ।
Post a Comment