ଏମ୍‌ଇଏସ୍ ପକ୍ଷରୁ ମେଗା ରକ୍ତଦାନ ଶିବିର


ବାଲେଶ୍ୱର,୨୮/୨ (ଲକ୍ଷ୍ମୀଧର ବାରିକ): ଚାନ୍ଦିପୁର ଏମ୍‌ଇଏସ୍ (ଏମ୍ଲଏଜ୍ କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ଲିଃ.)ପକ୍ଷରୁ ଆଜି ଏକ ମେଗା ରକ୍ତଦାନ ଶିବିର ଆମ ଓଡ଼ିଶା ମିଳିତ ସହଯୋଗରେ ଡିଆର୍‌ଡିଓ ଅଡିଟୋରିୟମ୍ ହଲ୍‌ରେ ଅନୁଷ୍ଠିତ ହୋଇଥିଲା। ଏମ୍‌ଇଏସ୍‌ର ସଭାପତି ସୂର୍ଯ୍ୟନାରାୟଣ ଦାସ ଓ କୋ-ଅପରେଟିଭ୍ ସୋସାଇଟି ସମ୍ପାଦକ ରମେଶ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ମୁଖ୍ୟ ଅତିଥି ଭାବେ ଦୂର୍ଗଯନ୍ତ୍ରୀ ସନ୍ତୋଷ ମାଉତ ଶିବିରକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ରକ୍ତଦାତା ସଂଘର ସଭାପତି କମଳ କୁମାର ଚକ୍ରବର୍ତ୍ତୀ ଓ ସମ୍ପାଦକ ଇଂ ହୃଷୀକେଶ ସାହୁ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ରକ୍ତକେନ୍ଦ୍ର ବାଲେଶ୍ଵରର ଡାକ୍ତର ପ୍ରତୀକ କୁମାର ରାଜ ଓ ୱର୍କସ କମିଟିର ସମ୍ପାଦକ ଦେବବ୍ରତ ଜେନା ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ରାଜଙ୍କ ନେତୃତ୍ୱରେ ନର୍ସିଂ ଅଫିସର୍ ସ୍ଵାତୀ ସୁଚରିତା ରାଜ, ସୁଚିସ୍ମିତା ଦାସ, ଟେକ୍ନିସିଆନ ଦେବାଶିଷ ଦତ୍ତ, ବିଜୟ କୁମାର ପଟ୍ଟନାୟକ, ମନୋଜ କୁମାର ଗନ୍ତାୟତ ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ୨୨୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଉପ ସଭାପତି ରିତାଞ୍ଜଳୀ ବିଶ୍ୱାସ, ସୋସାଇଟିର ନିର୍ଦ୍ଦେଶକ ବୃନ୍ଦାବନ ଦାସ, ମନୋରଞ୍ଜନ ଦାସ, ବଳରାମ ଦାସ, କରୁ ମାଝୀ, ପ୍ରବୋଧ ରାଉତରାୟ, ପଦ୍ମନାଭ ବେହେରା, ସ୍ୱରୂପ ରାଉତ, ରାମ ଚନ୍ଦ୍ର ସରେନ, ରବୀନ୍ଦ୍ର ନାଥ ତରେଇ, ସୁଶାନ୍ତ ମୁଦୁଲି, ବିଭିସଣ ମହାନ୍ତ, ଭକ୍ତଦେଵ ସାହୁ, ଗୌରମୋହନ ମଣ୍ଡଳ, ଏସଏସ ଚୌଧୁରୀ, ବିବେକାନନ୍ଦ ସାମଲ, ଆଦିକନ୍ଦ ଗିରି, ନିରଞ୍ଜନ ଦାସ, ପ୍ରଦୀପ କୁମାର ବେହେରା, ରବୀନ୍ଦ୍ର ନାଥ ରାଉତ,ବଳରାମ ଦାସ, ରାମ ଚନ୍ଦ୍ର ସରେନ, ରବୀନ୍ଦ୍ର ନାଥ ତରେଇ, ଉପଦେଷ୍ଟା ମଧୁସୂଦନ ପଣ୍ଡା, ଗୌରମୋହନ ମଣ୍ଡଳ, ରବୀନ୍ଦ୍ର ନାଥ ରାଉତ,ଏସଏସ ଚୌଧୁରୀ, ବିବେକାନନ୍ଦ ସାମଲ, ଆଦିକନ୍ଦ ଗିରି, ନିରଞ୍ଜନ ଦାସ, ପ୍ରଦୀପ କୁମାର ବେହେରା, ସଭ୍ୟ କେଶବ ଚନ୍ଦ୍ର ସେଠୀ, ସନାତନ ଦାସ, ଅରୁଣ କୁମାର ଦାସ, ଶିବ ଶଙ୍କର ସାହୁ, ସୁରେନ୍ଦ୍ର ଡାକୁଆ, ମାନଶ କୁମାର ନାୟକ, ନରେନ୍ଦ୍ର କୁମାର ନାୟକ, ମନୋଜ ଦାସ ଦାସ, ଅର୍ଣ୍ଣପୁର୍ଣ୍ଣା ବିଶ୍ୱାଳ, ରାମଚନ୍ଦ୍ର ନାହାକ, ବ୍ରଜବଲ୍ଲଭ ସାହୁ, ରଶ୍ମୀ ରଞ୍ଜନ ସାହୁ,ସବିତା ସିଂ, ରମେଶ କୁମାର ସେଠୀ, ସହଯୋଗୀ ମନୋଜ କୁମାର ଦାସ, ଚାନ୍ଦିପୁର ସମ୍ବାଦ ପ୍ରତିନିଧି ବିବେକାନନ୍ଦ ଦାସ, ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ୍‌ ଶିବିରକୁ ପରିଚାଳନା କରିଥିଲେ।

Post a Comment

Previous Post Next Post