ପାଟଣାଗଡ଼ରେ ବିଶ୍ୱ ପ୍ରଥମ ଓଡ଼ିଆ ଭାଷା କାର୍ଯ୍ୟକ୍ରମକୁ ବିରୋଧ କରି ବନ୍ଦ କଲେ କୋଶଲ ମୁକ୍ତି ମୋର୍ଚ୍ଚା ର ସଦସ୍ୟ


ପାଟଣାଗଡ଼ ୬/୨ (ଗଣେଶ ଦାସ) ସ୍ଥାନୀୟ ପାଟଣାଗଡ଼ ଏନଏସି ପକ୍ଷରୁ ବିଶ୍ଵ ପ୍ରଥମ ଓଡ଼ିଆ ଭାଷା ସମ୍ବିଲନି ୨୦୨୪ ର କାର୍ଯ୍ୟକ୍ରମର ଦ୍ଵିତୀୟ ଦିନ ରେ କଲେଜ ଛକ ଗଙ୍ଗାଧର ପାର୍କ ରେ ଚାଲୁଥିବା ସମୟରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷ ରୁ ବନ୍ଦେ ଉତ୍କଳ ଜନନୀ କୁ ବିରୋଧ କରି ବହୁ ସମୟ ପର୍ଯ୍ୟନ୍ତ ଷ୍ଟେଜରେ ବିରୋଧ ହୋଇଥିଲା । ଘଟଣା ସ୍ଥଳରେ ପାଟଣାଗଡ ପୋଲିସ ପହଞ୍ଚି ପାଞ୍ଚ ଜଣକୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା । ସୂଚନାନୁଯାୟୀ, କାର୍ଯ୍ୟକ୍ରମ ଚାଲୁ ଥିବା ସମୟରେ ଷ୍ଟେଜରେ ବନ୍ଦେ ଉତ୍କଳ ଜନନୀ ଗୀତ କୁ ବନ୍ଦ କରି ଦେଇଥିଲେ କୋଶଲ ମୁକ୍ତି ମୋର୍ଚ୍ଚାର ସଦସ୍ୟଗଣ । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ,ପାଟଣାଗଡ ବିଡ଼ିଓ , ଏନଏସି ଅଧକ୍ଷା ତଥା ବହୁ କବି ଏବଂ କବିୟତ୍ରି ଏବଂ ବହୁଲୋକ ଉପସ୍ଥିତ ଥିବାବେଳେ ବହୁ ସମୟ ଧରି କାର୍ଯ୍ୟକ୍ରମ ବନ୍ଦ ହୋଇଥିଲା । ପାଞ୍ଚ ଜଣଙ୍କ ମଧ୍ୟରେ କୋଶଳ ମୁକ୍ତି ମୋର୍ଚ୍ଚାର ସଦସ୍ୟ ସୁଶିଲ ଗୁରୁ, ସୁବାସ ଆଚାର୍ଯ୍ୟ,ଶାନ୍ତନୁ ବୁଦ୍ଧିଆ, ରାଜ ମେହେର, ଜନସନ ନାଗଙ୍କୁ ପୋଲିସ ଷ୍ଟେସନ ରେ ଅଟକ ରଖିଥିଲା । ଏମାନଙ୍କ ଦାବି ଯେ ଓଡ଼ିଶା ର ଜୟ କୁହନ୍ତୁ ଓ ଆମ ଅଞ୍ଚଲର ଗଙ୍ଗାଧର ମେହେର ପରି ଅନେକ ସୁ-ପ୍ରସିଦ୍ଧ ଙ୍କ ନାମ ତଥା ସେମାନଙ୍କୁ କାହିଁକି ସମ୍ମାନ କରୁ ନାହାନ୍ତି ବୋଲି ଏମାନେ ବନ୍ଦେ ଉତ୍କଳ ଜନନୀ କୁ ବିରୋଧ କରିଛନ୍ତି ।

Post a Comment

Previous Post Next Post